Get Updates
Get notified of breaking news, exclusive insights, and must-see stories!

ମନ୍‌ କୀ ବାତ୍‌ରେ ଓଡ଼ିଆ ଦମ୍ପତିଙ୍କୁ ପ୍ରଶଂସା କଲେ ମୋଦି, ୩ ମାସ ପାଇଁ ବନ୍ଦ ରହିବ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀଙ୍କ ମନ୍‌ କୀ ବାତ୍‌ରେ ସ୍ଥାନ ପାଇଲେ ଓଡ଼ିଆ ଦମ୍ପତି । କଳାହାଣ୍ଡିର ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ବୀମୀ ବୀରେନ ସାହୁଙ୍କୁ ପ୍ରଶଂସା କଲେ ମୋଦି । ଉଚ୍ଚ ଶିକ୍ଷିତ ହୋଇ ବି କିଭଳି ଏହି ଦମ୍ପତ୍ତି ଛେଳି ଚାଷ କରି ସଫଳ ହୋଇପାରିଛନ୍ତି ତାର ଉଦାହରଣ ଦେଶବାସୀଙ୍କୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କଳହାଣ୍ଡିର ଜୟନ୍ତୀ ମହାପାତ୍ର ଓ ବୀରେନ ସାହୁ ନିଜେ ସ୍ୱାବଲମ୍ବୀ ହେବା ସହ ଗ୍ରାମର ଅନ୍ୟ ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେବାରେ ସକ୍ଷମ ହୋଇଥିବା ସେ କହିଛନ୍ତି ।

ଏହି ଦୁଇ ଦମ୍ପତି ମାଣିକସ୍ତୁ ଗୋଟ୍‌ ବ୍ୟାଙ୍କ କରି ଅନ୍ୟମାନଙ୍କୁ ସହାୟକ ହେଉଛନ୍ତି । କଳାହାଣ୍ଡି ସାଲେଭଟା ଗାଁରୁ ଆସି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ୫୦ଟି ଗାଁର ପ୍ରାୟ ୧ ହଜାର ଲୋକେ ସେମାନଙ୍କ ଦ୍ବାରା ଉପକୃତ ହେଉଛନ୍ତି।ଉଚ୍ଚ ଶିକ୍ଷିତ ହୋଇ ବି ଛେଳି ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି । ନିଜେ ସଶକ୍ତ ହେବା ସହ ସାଥୀ ଗ୍ରାମବାସୀଙ୍କୁ ସଶକ୍ତ କରିଛନ୍ତି ।

narendra_modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ୧୧୦ତମ ମନ୍‌ କୀ ବାତ୍। ଏଥିରେ ସେ ମହିଳାମାନେ ସଫଳତାର ଶୀର୍ଷରେ ପହଞ୍ଚିଲେଣି କହିଲେ କହିଛନ୍ତି । ଏହା ସହ ସେ ଜଣେ ମହିଳା ଡ୍ରୋନ ଉଡାଣକାରୀଙ୍କ ସହ କଥା ହୋଇଛନ୍ତି । କୃଷିର ଆଧୁନିକୀକରଣ ପାଇଁ ଡ୍ରୋନ ବେଶ୍‌ ସହାୟକ ହେଉଛି ବୋଲି ମୋଦି କହିଛନ୍ତି।

ମୋଦି କହିଛନ୍ତି ବନ୍ୟଜନ୍ତୁ ସଂରକ୍ଷଣରେ ଟେକ୍ନୋଲୋଜି ସହାୟକ ହେଉଛି । AI ଜରିଆରେ ଜନବସତି ମୁହାଁ ବନ୍ୟଜନ୍ତୁଙ୍କ ସମ୍ପର୍କରେ ସୂଚନା ମିଳୁଛି । ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ AI ଅନେକ ଗୁରୁତ୍ବ ବହନ କରୁଛି ।

ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୩ ମାସ ମନ୍‌ କୀ ବାତ୍‌ ବନ୍ଦ ରହିବ । ୧୧୦ତମ ମନ୍‌ କୀ ବାତ୍‌ରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମାର୍ଚ୍ଚରୁ ନିର୍ବାଚନ ଆଚରଣବିଧି ଲାଗୁ ହେବ, ତେଣୁ ବନ୍ଦ ରହିବ । ୧୧୧ତମ ଏପିସୋଡ୍‌ ୩ ମାସ ପରେ ଶୁଭାରମ୍ଭ ହୋଇପାରେ ।

ଏହି ସମୟରେ ମନ୍‌ କୀ ବାତ୍‌ର ଛୋଟ ଭିଡିଓ କରି ସେୟାର କରିବାକୁ ମୋଦି କହିଛନ୍ତି । ୟୁଟ୍ୟୁବ ସର୍ଟ ଜରିଆରେ ଅଧିକରୁ ଅଧିକ ସେୟାର କରନ୍ତୁ ବୋଲି ମୋଦି କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+