୨୦୨୨ରେ ଇତିହାସ ରଚିଲେ ଦେଶବାସୀ: ପ୍ରଧାନମନ୍ତ୍ରୀ

୨୦୨୨ରେ ଇତିହାସ ରଚିଲେ ଦେଶବାସୀ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ଶେଷ 'ମନକି ବାତ'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଅଗ୍ରଗତି ବିଷୟରେ ଆଲୋଚନା କରିବା ସହ ଜି -20 ଅଧ୍ୟକ୍ଷ ଦାୟିତ୍ୱ ପାଇଥିବାରୁ ସେ ଗର୍ବ ଅନୁଭବ କରିଥିଲେ । ଆଜି ୯୬ତମ ସଂସ୍କରଣକୁ ସମ୍ଭୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ୨୦୨୨ର ଅନେକ ବଡ଼ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଏବଂ ଦେଶବାସୀଙ୍କୁ କରୋନା ନେଇ ସତର୍କ ମଧ୍ୟ କରାଇଥିଲେ ।

PM Modi

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୨୨ ମସିହାରେ ଦେଶର ଲୋକଙ୍କ ଶକ୍ତି, ସେମାନଙ୍କର ସହଯୋଗ, ନିଷ୍ଠା, ସଫଳତାର ବିସ୍ତାର ଏତେ ଥିଲା ଯେ, ସମସ୍ତ ବିଷୟରେ ଆଲୋଚନା 'ମନ କି ବାତ'ରେ ଆଲୋଚନା କରିବା କଷ୍ଟକର । ୨୦୨୨ ବାସ୍ତବରେ ଅନେକ ଦିଗରୁ ବେଶ୍ ପ୍ରେରଣାଦାୟକ, ଆଶ୍ଚର୍ଯ୍ୟଜନକ ରହିଥିଲା । ଚଳିତ ବର୍ଷ ଭାରତ ସ୍ୱାଧୀନତାର ୭୫ବର୍ଷ ପୂରଣ କଲା ଏବଂ ଏହି ବର୍ଷଠୁ ଆରମ୍ଭ ହୋଇଛି ଅମୃତକାଳ । ଏହି ବର୍ଷ ଦେଶବାସୀଙ୍କୁ ପ୍ରତିଟି ଦିଗରୁ ସଫଳତା ମିଳିଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ମାଧବପୁର ମେଳା ବିଷୟରେ ଆଲୋଚନା କରିଥିଲେ, ଯେଉଁଠାରେ ରୁକ୍ମିଣୀ ବିବାହ ଏବଂ ଭଗବାନ କୃଷ୍ଣଙ୍କର ପୂର୍ବ ସମ୍ପର୍କକୁ ପାଳନ, ସେହିପରି କାଶୀ-ତାମିଲ ସଙ୍ଗମ, ଏହି ଉତ୍ସବରେ ଏକତାର ଏକ ସୁନ୍ଦର ରଙ୍ଗ ଦେଖିବାକୁ ମିଳିଥିଲା ଏବଂ ଏହିସବୁ କାରଣରୁ ମଧ୍ୟ ୨୦୨୨ ବର୍ଷ ସର୍ବଦା ସ୍ମରଣୀୟ ରହିବ ବୋଲି କହିଥିଲେ ମୋଦୀ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୨୦୨୨ ମସିହାରେ ଦେଶବାସୀ ଆଉ ଏକ ଇତିହାସ ରଚିଛନ୍ତି । ଅଗଷ୍ଟ ମାସରେ ହୋଇଥିବା 'ହର ଘର ତିରଙ୍ଗା' ଅଭିଯାନକୁ ବା କିଏ ଭୁଲି ପାରିବ । ସେହି ମୁହୂର୍ତ୍ତ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏକ ଖାସ ମୁହୁର୍ତ୍ତ ରହିଥିଲା । ୬୦ ମିଲିୟନରୁ ଅଧିକ ଲୋକ ତିରଙ୍ଗା ସହିତ ସେଲଫି ନେଇ ପଠାଇଥିଲେ । ସ୍ୱାଧୀନତାର ଏହି ଅମୃତ ମହୋତ୍ସବ ଆସନ୍ତା ବର୍ଷ ମଧ୍ୟ ସମାନ ଉତ୍ସାହରେ ପାଳନ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଜି -20 ବିଷୟରେ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଚଳିତ ବର୍ଷ ଭାରତକୁ ଜି -20ର ଅଧ୍ୟକ୍ଷତା ହସ୍ତାନ୍ତର କରାଯାଇଥିଲା । ଏହା ୨୦୨୩ରେ ନିଶ୍ଟୟ ନୂଆ ସଫଳତାର ବାଟ ଦେଖାଇବା । ଏହା ସହ ଦେଶବାସୀଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ପ୍ରଧାନମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+