Yoga Day 2024: ଜାମ୍ମୁ କାଶ୍ମୀର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Yoga Day 2024: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ପ୍ରଥମ ସରକାରୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ 20 ରେ ଜାମ୍ମୁ କାଶ୍ମୀର ଗସ୍ତରେ ଯିବେ ଏବଂ ଜୁନ୍ 21ରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ସୂଚନା ରହିଛି । ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ ଯୋଗ ମହୋତ୍ସବ 2024 ଭାବରେ ପାଳନ କରାଯିବ, ଯାହାର ବିଷୟବସ୍ତୁ 'ମହିଳା ସଶକ୍ତିକରଣ ପାଇଁ ଯୋଗ' ରହିବ ।
ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଜୁନ୍ 20ରେ କାଶ୍ମୀରରେ ପହଞ୍ଚି ସେଠାରେ ରାତ୍ରି ଜାପନ କରିବେ ଏବଂ ପରଦିନ ସକାଳେ ଅର୍ଥାତ୍ 21 ଜୁନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଯଦିଓ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ସ୍ଥାନ ସ୍ଥିର ହୋଇନାହିଁ, ହେଲେ ସୂତ୍ରରୁ ପ୍ରକାଶ ଯେ, ଏହି କାର୍ଯ୍ୟକ୍ରମ ଶ୍ରୀନଗରର ଡାଲ ହ୍ରଦ ଏବଂ Zabarwan Range ପାହାଡ଼ ନିକଟେରେ ହେବାର ସମ୍ଭାବନା ରହିଛି ।

ଏହି ପଦକ୍ଷେପ କାଶ୍ମୀରକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ପାଇଁ ସରକାରଙ୍କ ବ୍ୟାପକ ରଣନୀତିର ଏକ ଅଂଶ ବୋଲି କୁହାଯାଉଛି । ପିଏମ ମୋଦୀ ଦୈନନ୍ଦିନ ଜୀବନରେ ଯୋଗକୁ ସମର୍ଥନ କରିଆସୁଛନ୍ତି, ଯାହା ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକତ୍ର କରିଛି। ଯୋଗ ମହୋତ୍ସବ 2024 ଯୋଗକୁ ଏକ ନୂଆ ରୁପ ଦେବ ।
ଯାହା ମହିଳାଙ୍କ କଲ୍ୟାଣକୁ ପ୍ରୋତ୍ସାହିତ କରିବା ସହ ବିଶ୍ୱର ସ୍ୱାସ୍ଥ୍ୟ ଏବଂ ଶାନ୍ତି ଉପରେ ପ୍ରଭାବ ପକାଇବ । ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ।
ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ନେତୃତ୍ୱରେ ଜାମ୍ମୁ କାଶ୍ମୀର ପ୍ରଶାସନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ହାଇ ଆଲର୍ଟ ଜାରି କରାଯାଇଛି । ଏଥି ସହିତ ଯୋଗ ଦିବସ କାର୍ଯ୍ୟକ୍ରମର ବ୍ୟବସ୍ଥା ତଦାରଖ କରିବାକୁ ଜାମ୍ମୁ କାଶ୍ମୀର କ୍ରୀଡ଼ା ପରିଷଦକୁ ନିର୍ଦ୍ଦେଶ ଦିଆଯାଇଛି। ଜାମ୍ମୁ କାଶ୍ମୀର କ୍ରୀଡା ପରିଷଦ ପ୍ରାୟ 3000 ଖେଳାଳିଙ୍କୁ ଏହି ମେଗା ଇଭେଣ୍ଟରେ ଭାଗ ନେବାକୁ ନିର୍ଦ୍ଦେଶ ଦେଇଛି।
ଏହା ବ୍ୟତୀତ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଗତ ବର୍ଷ ଶ୍ରୀନଗରର ବଟାନିକାଲ ଗାର୍ଡେନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା, ଯେଉଁଥିରେ ଏଲଜି ମନୋଜ ସିହ୍ନା ଏବଂ ଜାମ୍ମୁ କାଶ୍ମୀରର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।












Click it and Unblock the Notifications