ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହ: ଯୋଗଦେବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଓ ଶ୍ରୀଲଙ୍କା ରାଷ୍ଟ୍ରପତି
PM Modi Likely To Take Oath On 8 June: ଲୋକସଭା ନିର୍ବାଚନ ୨୦୨୪ରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି NDA । ଯାହାଫଳରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପାଇଁ ଯାଉଛନ୍ତି ନରେନ୍ଦ୍ର ମୋଦି ।ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ମୋଦିଙ୍କ ଶପଥ ଗ୍ରହଣ ସମାରୋହ ଜୁନ୍ ୮ ତାରିଖ ସନ୍ଧ୍ୟାରେ କରାଯିବ ।

ଯେଉଁଥି ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେହିପରି ଏହି ଶପଥ ସମାରୋହରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିସ ୱିକ୍ରେମେସିଂହେ ଯୋଗଦେବା ନେଇ ସୂଚନା ରହିଛି ।
ସେହିପରି ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଭୁଟାନ, ନେପାଳ ଏବଂ ମରିସସର ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବା ନେଇ ସୂଚନା ରହିଛି । ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମୋଦିଙ୍କର ୨୦୧୯ ଶପଥ ସମାରୋହରେ BIMSTEC ରାଷ୍ଟ୍ରର ନେତାମାନେ ଯୋଗ ଦେଇଥିଲେ ।












Click it and Unblock the Notifications