ପ୍ୟାରିସ-ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ

PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅର୍ଥାତ୍ ୧୦ ଫେବୃଆରୀ ୨୦୨୫ ରେ ଫ୍ରାନ୍ସ ଅଭିମୁଖେ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଭାରତ-ଫ୍ରାନ୍ସ ରଣନୈତିକ ସହଭାଗୀରେ ୨୦୪୭ ପ୍ରଗତି ସମୀକ୍ଷା କରିବାର ସୁଯୋଗ ପ୍ରଦାନ କରିବ। ଫ୍ରାନ୍ସରୁ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯିବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ଟ୍ରମ୍ପଙ୍କ ଦ୍ୱିତୀୟ ପାଳିରେ ଏହା ମୋଦିଙ୍କ ପ୍ରଥମ ଆମେରିକା ଗସ୍ତ ।

ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣରେ ମୁଁ ଫ୍ରାନ୍ସରୁ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବି। ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବି । ଜାନୁଆରୀରେ ତାଙ୍କର ଐତିହାସିକ ନିର୍ବାଚନ ବିଜୟ ଏବଂ ଶପଥ ଗ୍ରହଣ ପରେ ଏହା ଆମର ପ୍ରଥମ ସାକ୍ଷାତ ହେବ, ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତା ଗଠନ ପାଇଁ ଏକାଠି କାମ କରିବାର ମୋର ବହୁତ ସୁନ୍ଦର ସ୍ମୃତି ରହିଛି ।

PM Modi

ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଗସ୍ତ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ଆମର ସହଯୋଗର ସଫଳତାକୁ ବୃଦ୍ଧି କରିବା ଏବଂ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି ଏବଂ ଯୋଗାଣ ଶୃଙ୍ଖଳା ସ୍ଥିରତା କ୍ଷେତ୍ର ସମେତ ଆମର ସହଭାଗୀତାକୁ ଆହୁରି ବିସ୍ତାର ଏବଂ ମଜବୁତ କରିବା ପାଇଁ ଏଜେଣ୍ତା ପ୍ରସ୍ତୁତ ହେବ । ଆମେ ଦୁଇ ଦେଶର ଲୋକଙ୍କ ବିକାଶ, ଲାଭ ଏବଂ ଏକ ଉନ୍ନତ ଭବିଷ୍ୟତ ନିର୍ମାଣ କରିବା ପାଇଁ କାର୍ଯ୍ୟ କରିବୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+