ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଭାରତ ଫେରିଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୁଆଲାଲମ୍ପୁରରେ ତାଙ୍କ ମାଲେସିଆ ପ୍ରତିପକ୍ଷ ଅନ୍ୱାର ଇବ୍ରାହିମ୍ଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କ, ସାମୁଦ୍ରିକ ନିରାପତ୍ତା, ଆର୍ଥିକ ଏବଂ ନବସୃଜନ ସହଭାଗିତା ବୃଦ୍ଧି ନେଇ ଆଲୋଚନା ହୋଇଛି । ବିପର୍ଯ୍ୟୟ ପରିଚାଳନା, ଦୃଶ୍ୟ-ଶ୍ରାବ୍ୟ ସହ-ଉତ୍ପାଦନ, ଦୁର୍ନୀତି ମୁକାବିଲା ଓ ନିବାରଣ, ସେମିକଣ୍ଡକ୍ଟର ବିକାଶ, ସ୍ୱାସ୍ଥ୍ୟ ଓ ଔଷଧ, ଛାତ୍ରବୃତ୍ତି ପ୍ରତିଷ୍ଠା ଓ ଏନ୍.ପି.ସି.ଏଲ୍. ଇଣ୍ଟର୍ନ୍ୟାସନାଲ ପେମେଣ୍ଟ୍ସ ଲିମିଟେଡ୍ ଏମଂ ମାଲେସିଆର ପେ-ନେଟ୍ ମଧ୍ୟରେ ଚୁକ୍ତିନାମା ସହ ଅନେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଏକ ମିଳିତ ବିବୃତ୍ତିରେ ଉଭୟ ଦେଶ ୨୦୨୪ରେ ପ୍ରତିଷ୍ଠିତ ବ୍ୟାପକ ରଣନୈତିକ ସହଭାଗିତାକୁ ସଶକ୍ତ କରିବା ନେଇ ପ୍ରତିବଦ୍ଧ ହୋଇଥିଲେ । ଉଭୟପକ୍ଷ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଏବଂ ଭିତ୍ତିଭୂମି, ନବୀକରଣୀୟ ଶକ୍ତି, ଉନ୍ନତ ଉତ୍ପାଦନ, ସେମିକଣ୍ଡକ୍ଟର ଏବଂ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଭଳି ପ୍ରମୁଖ କ୍ଷେତ୍ରରେ ସହଯୋଗ ସମ୍ପ୍ରସାରଣ କରିବାକୁ ସହମତ ହୋଇଥିଲେ । ଭାରତ-ମାଲେସିଆ ଡିଜିଟାଲ୍ ପରିଷଦ ପ୍ରତିଷ୍ଠା ଓ ବ୍ୟବସାୟ ପର୍ଯ୍ୟଟନକୁ ସମର୍ଥନ କରିବାପାଇଁ ସୀମାପାର ଦେୟ ସଂଯୋଗ ପ୍ରଚଳନ କରିବାର ପ୍ରୟାସ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା ।
ଉଭୟ ଦେଶ ସେମିକଣ୍ଡକ୍ଟର ଏବଂ ସ୍ୱଚ୍ଛଶକ୍ତି କ୍ଷେତ୍ରରେ ଘନିଷ୍ଠ ସହଭାଗିତା ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବଂ ମାଲେସିଆ ମଧ୍ୟରେ ସ୍ୱତନ୍ତ୍ର ବନ୍ଧନ ରହିଛି, ଯାହା ଶକ୍ତିଶାଳୀ ଲୋକସମ୍ପର୍କ ଏବଂ ମାଲେସିଆରେ ଏକ ବିଶାଳ ଭାରତୀୟ ପ୍ରବାସୀ ଉପସ୍ଥିତିଦ୍ୱାରା ସମର୍ଥିତ । ଏହି ଅବସରରେ ପ୍ରଧାନମନ୍ତ୍ରୀ' ବିଶ୍ୱବିଦ୍ୟାଳୟ ଆଦାନ ପ୍ରଦାନ, ଦକ୍ଷତା ବିକାଶ ଏବଂ ଷ୍ଟାର୍ଟଅପ୍ ସମ୍ପର୍କକୁ ସମ୍ପ୍ରସାରଣ କରାଯିବା ଲକ୍ଷ୍ୟରେ ନିଆଯିବାକୁ ଥିବା ପଦକ୍ଷେପଗୁଡ଼ିକୁ ଉଲ୍ଲେଖ କରିଥିଲେ । ଭାରତ ମଧ୍ୟ ଶୈକ୍ଷିକ ଗବେଷଣା ଏବଂ ଅଧ୍ୟୟନକୁ ପ୍ରୋତ୍ସାହିତ କରିବାପାଇଁ ତିରୁଭଲ୍ଲୁଭର କେନ୍ଦ୍ର ପ୍ରତିଷ୍ଠାର ଘୋଷଣା କରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଭିନ୍ନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ସେଠାରେ ବିଭିନ୍ନ କ୍ଷେତ୍ରରେ ନିବେଶ ସୁଯୋଗ ଏବଂ ସହଯୋଗର ମାର୍ଗ ଉପରେ ଆଲୋଚନା ହୋଇଥିଲା । ପୂର୍ବରୁ ପ୍ରଧାନମନ୍ତ୍ରୀ ଆସିଆନ୍ ପ୍ରତି ଭାରତର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଥିଲେ ଏବଂ ଆସିଆନ୍ର ଅଧ୍ୟକ୍ଷତାପାଇଁ ମାଲେସିଆକୁ ଅଭିନନ୍ଦନ ଜଣାଇଥିଲେ । ଉଭୟ ପକ୍ଷ ଆସିଆନ୍-ଭାରତ ସାମଗ୍ରୀ ବାଣିଜ୍ୟ ଚୁକ୍ତିନାମା AITIDAର- ସମୀକ୍ଷା ଶୀଘ୍ର ସମାପ୍ତ କରିବାପାଇଁ ସହମତ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ଉଭା ହୋଇଛି ଏବଂ ଭାରତ ଓ ମାଲେସିଆ ଏକ୍ଷେତ୍ରରେବିକାଶ, ଶାନ୍ତି ଓ ସ୍ଥିରତାପାଇଁ ଏକତ୍ର କାମ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପୂର୍ବ-ପ୍ରାନ୍ତ ସଚିବ ପି. କୁମାରନ୍ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧରେ ସହଯୋଗ ନେଇ ବୁଝାମଣା ହୋଇଛି । ଜାତୀୟ ସୁରକ୍ଷା ଆଲୋଚନା ମାଧ୍ୟମରେ ଏହାକୁ ସମାଧାନ କରାଯାଉଛି । ଗସ୍ତ ଶେଷପୂର୍ବରୁ ପ୍ରଧାନମନ୍ତ୍ରୀ ଭାରତୀୟ ଜାତୀୟ ସେନାର ସେବାନିବୃତ୍ତ ଅଧିକାରୀ ଏବଂ ମାଲେସିଆର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭେଟିଥିଲେ । ଦୁଇଦିନିଆ ମାଲେସିଆ ଗସ୍ତ ଶେଷକରି ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications