ବାଗେଶ୍ଵର ଧାମରେ ବାଲାଜୀ ସରକାର କ୍ୟାନ୍ସର ହସ୍ପିଟାଲର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଯାଇଥିବାବେଳେ ଛତରପୁରସ୍ଥିତ ବାଗେଶ୍ଵର ଧାମରେ ବାଲାଜୀ ସରକାର କର୍କଟ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଜନସଭାରେ ଉଦବୋଧନ ଦେଇଥିଲେ। ସେ କହିଥିଲେ, ବହୁତ କମ ଦିନରେ ସେ ୨ୟ ଥର ପାଇଁ ବୀରଙ୍କ ମାଟିରେ ପାଦ ରଖିବାର ସୌଭାଗ୍ୟ ମିଳିଲା। ଏଥର ବାଲାଜୀଙ୍କ ଡାକରା ଆସିଥିଲା। ଆସ୍ଥାର ଏହି କେନ୍ଦ୍ର ଏବେ ଆରୋଗ୍ୟର କେନ୍ଦ୍ର ହେବାକୁ ଯାଉଛି। ସେ ଏହି ପୂଣ୍ୟ କାର୍ଯ୍ୟ ପାଇଁ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଆଜିକାଲି ଦେଖିବାକୁ ମିଳୁଛି ଯେ ନେତାମାନଙ୍କର ଗୋଟିଏ ବର୍ଗ ଧର୍ମର ମଜାକ ଉଡ଼ାଉଛନ୍ତି ଏବଂ ଏଥିରେ ବିଦେଶୀ ଶକ୍ତି ବି ସାମିଲ ରହିଛି। ଗୁଲାମୀର ମାନସିକତାରେ ବନ୍ଦୀ ହୋଇରହିଥିବା ଲୋକ ସନାତନ ସଂସ୍କୃତି ଏବଂ ମନ୍ଦିର ଉପରେ ଆକ୍ରମଣ କରୁଛନ୍ତି। ପରମ୍ପରା ଏବଂ ପ୍ରଥାକୁ ଗାଳି ଦେଉଛନ୍ତି ।

PM Modi Lays Foundation Stone Of Cancer Hospital At Bageshwar Dham

ସଂସ୍କୃତି ଉପରେ ଆବର୍ଜନା ପକାଉଛନ୍ତି। ପରମ୍ପରାକୁ ଭାଙ୍ଗିବା ହିଁ ଏମାନଙ୍କ ଏଜେଣ୍ଡା। ଏହି ପରିବେଶରେ ମୋର ସାନ ଭାଇ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏକତାର ମନ୍ତ୍ର ନେଇ ଲୋକଙ୍କୁ ସଚେତନ କରାଇବାରେ ଲାଗିଛନ୍ତି। ଏବେ ସେ ସମାଜ ଏବଂ ମାନବତାର ହିତରେ ଆଉ ଏକ ସଙ୍କଳ୍ପ ନେଇଛନ୍ତି। ସେ ଏହି କର୍କଟ ଡାକ୍ତରଖାନା ନିର୍ମାଣ କରିବା ଯୋଜନା କରିଛନ୍ତି। ଅର୍ଥାତ ଏବେ ଏଠାରେ ବାଗେଶ୍ଵର ଧାମରେ ଆପଣମାନଙ୍କୁ ଭଜନ, ଭୋଜନ ଏବଂ ସୁସ୍ଥ ଜୀବନର ଆଶୀର୍ବାଦ ମିଳିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+