For Quick Alerts
Turn On Notification  
For Daily Alerts
Oneindia App Download

ଜାମ୍ମୁ-କଶ୍ମୀର ବାସିନ୍ଦାଙ୍କ ପାଇଁ PM-SEHAT ଯୋଜନା ଲାଗୁ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଜାମ୍ମୁ-କଶ୍ମୀରବାସୀଙ୍କ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗା ଯୋଜନା (ଏବି-ପିଏମଜେ) SEHAT ଯୋଜନା ଆରମ୍ଭ କରିଛନ୍ତି |

|

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଜାମ୍ମୁ-କଶ୍ମୀରବାସୀଙ୍କ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗା ଯୋଜନା (ଏବି-ପିଏମଜେ) SEHAT ଯୋଜନା ଆରମ୍ଭ କରିଛନ୍ତି | ଯାହା ଦ୍ୱାରା ସାମାଜିକ-ଅର୍ଥନୈତିକ ଏବଂ ଜାତି ଆଧାରରେ 21 ଲକ୍ଷ ଯୋଗ୍ୟ ବ୍ୟକ୍ତି ଉପକୃତ ହୋଇପାରିବେ | ଏହି ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ |

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଜାମ୍ମୁ କାଶ୍ମୀର ପାଇଁ ଏହା ଏକ ଐତିହାସିକ ଦିନ | ଜାମ୍ମୁ-କାଶ୍ମୀରର ପ୍ରତ୍ୟେକ ଲୋକ ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଇବେ | ମୁଁ ଗତକାଲି ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ଯୋଜନା ଆରମ୍ଭ କରିବାକୁ ଚାହୁଁଥିଲି | ଅଟଳଜୀଙ୍କ ଜାମ୍ମୁ-କାଶ୍ମୀର ସହ ଏକ ସ୍ୱତନ୍ତ୍ର ସମ୍ପର୍କ ଥିଲା | ବର୍ତ୍ତମାନ ତାଙ୍କ ଇନସାନିଆତ୍, ଜାମହୁରିୟତ୍ ଏବଂ କାଶ୍ମୀରିୟତ ପଥରେ ଏହା ଉନ୍ନତି କରୁଛି |"

Narendra-Modi

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା କହିଛନ୍ତି ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଦ୍ୱାରା 10 ଲକ୍ଷ 70,000 ଚାଷୀ ଉପକୃତ ହୋଇଛନ୍ତି | ସ୍ୱୟଂ ଶାସତି ଅଞ୍ଚଳରେ ବିକାଶମୂଳକ ପ୍ରକଳ୍ପର ତାଲିକାଭୁକ୍ତ କରାଯ଼ାଇଥିବା ସହ ଗତ ବର୍ଷ ଅଗଷ୍ଟରୁ ଜାମ୍ମୁ କାଶ୍ମୀରରେ ଏକ ନୂତନ ବିକାଶର ଲହରୀ ଖେଳିଯାଇଛି ବୋଲି ଲେଫ୍ଟନାଣ୍ଟ ଗଭର୍ଣ୍ଣର କହିଛନ୍ତି |

ଏଥିସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, "ଜାମ୍ମୁ କାଶ୍ମୀର ପାଇଁ ଆଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ | ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ପରଦିନ ଏହି ଯୋଜନା ଆରମ୍ଭ କରାଯାଇଛି | କାଶ୍ମୀର ପାଇଁ ବାଜପେୟୀଙ୍କ ଭାବନା ବିଷୟରେ ସମସ୍ତେ ଅବଗତ ଅଛନ୍ତି |" ଏହି ଯୋଜନା ପ୍ରତ୍ୟେକ ସ୍ଥାନରେ କାର୍ଯ୍ୟକାରୀ ହେଉଛି | କିନ୍ତୁ ଅନ୍ୟ ସବୁ ସ୍ଥାନରେ ଏହା କେବଳ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ | ଜାମ୍ମୁ କାଶ୍ମୀର ହେଉଛି ପ୍ରଥମ ସ୍ଥାନ ଯେଉଁଠାରେ ସମସ୍ତ ବାସିନ୍ଦା ଏହି ଯୋଜନାର ଫାଇଦା ପାଇପାରିବେ ବୋଲି ଗୃହମନ୍ତ୍ରୀ କହିଛନ୍ତି |

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳର ଏକ ବିବୃତ୍ତି ଅନୁଯାୟୀ, SEHAT ଯୋଜନା ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY) ସହିତ ମିଳିତ ଭାବରେ କାର୍ଯ୍ୟ କରିବ | ଏହି ଯୋଜନା ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY) ସହିତ ମିଳିତ ଭାବରେ ବୀମା ଭିତ୍ତିରେ କାର୍ଯ୍ୟ କରିବ ବୋଲି ବିବୃତ୍ତିରେ କୁହାଯାଇଛି | ଏହି ଯୋଜନାର ଲାଭ ଭାରତର ABPM-JAY ଅଧୀନରେ ଥିବା ସମସ୍ତ 24,148 ଡାକ୍ତରଖାନାରେ ଉପଲବ୍ଧ ହେବ |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Prime Minister Narendra Modi launched the SEHAT scheme under PM-JAY in Jammu & Kashmir here today.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X