ପ୍ରଧାନମନ୍ତ୍ରୀ ମୋଦି ୩୩ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍‌ଘାଟନ ଓ ଶିଳାନ୍ୟାସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଛତିଶଗଡ଼ର ବିଳାସପୁର ଜିଲ୍ଲା ଅନ୍ତର୍ଗତ ମୋହଭଟ୍ଟାଠାରେ ୩୩ ହଜାର ୭ ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ନକ୍ସଲ୍‍ ପ୍ରଭାବିତ ଛତିଶଗଡ଼ ଅଞ୍ଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠାର ନୂତନ ଯୁଗ ଦେଖିବାକୁ ମିଳିଛି । ସେ କହିଛନ୍ତି, ରାଜ୍ୟର ଉପାନ୍ତ ଆଦିବାସୀ ଅଞ୍ଚଳରେ ରାସ୍ତାଘାଟ, ବିଦ୍ୟୁତ୍‍ ଯୋଗାଣ, ମୋବାଇଲ୍‍ ନେଟ୍‍ୱାର୍କ ବ୍ୟବସ୍ଥା କରାଯିବା ସହ ସେଠାକାର ଅଧିବାସୀମାନଙ୍କୁ ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି ।

ନିକଟରେ ନକ୍ସଲ୍‍ ପ୍ରଭାବିତ ଅଞ୍ଚଳରେ ବନ୍ଦ କରାଯାଇଥିବା ବିଦ୍ୟାଳୟଗୁଡ଼ିକୁ ପୁଣି ଖୋଲାଯାଇଛି । ଶ୍ରୀ ମୋଦି କହିଛନ୍ତି, ଛତିଶଗଡ଼ର ଭାଗ୍ୟରେ ପରିବର୍ତ୍ତିନ ଘଟିଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ନିମନ୍ତେ 'ଧର୍‍ତୀ ଅବା ଜନଜାତି ଉତ୍କର୍ଷ ଅଭିଯାନ' ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଅନୁନ୍ନତ ଆଦିବାସୀ ସମ୍ପ୍ରଦାୟଙ୍କ ନିମନ୍ତେ ପି.ଏମ୍‍. ଜନମନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।

narendra modi

ଛତିଶଗଡ଼ର ପ୍ରତ୍ୟେକ ପରିବାରର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ମୋଦି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ୩ ଲକ୍ଷ ହିତାଧିକାରୀଙ୍କ ଗୃହପ୍ରବେଶ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ହିତାଧିକାରୀମାନଙ୍କୁ ବାସଗୃହ ହସ୍ତାନ୍ତର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+