୧୨ହଜାର ୮୫୦ କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଧନନ୍ତ୍ୱରି ଜୟନ୍ତୀ ଏବଂ ନବମ ଆୟୁର୍ବେଦ ଦିବସ ଅବସରରେ ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ ୧୨ ହଜାର ୮୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ୍‍ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି । ଏଥିରେ ଦେଶର ୭୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବରିଷ୍ଠ ନାଗରୀକଙ୍କୁ ଅନ୍ତର୍ଭୁକ୍ତ କରାଯିବ ।

ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକାଧିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଉଦ୍‍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ସେ ଭାରତର ପ୍ରଥମ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନର ଦ୍ୱିତୀୟ ପର୍ଯ୍ୟାୟ ଉଦ୍‍ଘାଟନ କରିଛନ୍ତି । ଏଥିରେ ପଞ୍ଚକର୍ମ ଡାକ୍ତରଖାନା, କ୍ରୀଡ଼ା ଚିକିତ୍ସା ୟୁନିଟ୍‍, କେନ୍ଦ୍ରୀୟ ପାଠାଗାର, ଆଇ.ଟି. ଏବଂ ଷ୍ଟାର୍ଟଅପ୍‍ ଇନ୍‍କ୍ୟୁବେସନ୍‍ କେନ୍ଦ୍ର ଓ ୫୦୦ ଆସନ ବିଶିଷ୍ଟ ଅଡିଟୋରିୟମ୍‍ ରହିଛି ।

ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ମନ୍ଦସୋର ନିମୁଜ୍‍ ଏବଂ ସିଓଲି ଠାରେ ତିନୋଟି ମେଡିକାଲ୍‍ କଲେଜ୍‍ର ଉଦ୍‍ଘାଟନ କରିଛନ୍ତି । ସେହିଭଳି ହିମାଚଳ ପ୍ରଦେଶର ବିଳାସପୁର, ପଶ୍ଚିମବଙ୍ଗର କଲ୍ୟାଣୀ, ବିହାରର ପାଟନା, ଉତ୍ତର ପ୍ରଦେଶର ଗୋରଖପୁର, ମଧ୍ୟପ୍ରଦେଶର ଭୋପାଳ, ଆସାମର ଗୌହାଟୀ ଏବଂ ନୂଆଦିଲ୍ଲୀସ୍ଥିତ ଏମ୍‍ସ୍‍ଠାରେ ଜନ ଔଷଧି କେନ୍ଦ୍ର ସହିତ ସମ୍ପ୍ରସାରିତ ସେବାର ଶୁଭାରମ୍ଭ କରିଛନ୍ତି ।

Narendra modi

ଶ୍ରୀ ମୋଦୀ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଏକ ଇ.ଏସ୍‍.ଆଇ.ସି. ହସ୍ପିଟାଲର ଉଦ୍‍ଘାଟନ କରିବା ସହ ହରିଆଣାର ଫରିଦାବାଦ୍‍, କର୍ଣ୍ଣାଟକର ବୋମ୍‍ସାନ୍ଦ୍ରା ଏବଂ ନରସାପୁର, ମଧ୍ୟପ୍ରଦେଶର ଇନ୍ଦୋର, ଉତ୍ତରପ୍ରଦେଶର ମିରଟ ଏବଂ ଆନ୍ଧ୍ୟପ୍ରଦେଶର ଅଚ୍ୟୁତପୁରମ୍‍ ଇ.ଏସ୍‍.ଆଇ.ସି. ହସ୍ପିଟାଲ୍‍ର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ୟୁ-ୱିନ୍‍ ପୋର୍ଟାଲ୍‍ର ମଧ୍ୟ ଆଜି ଶୁଭାରମ୍ଭ କରିଛନ୍ତି । ଏଥିରେ ଗର୍ଭବତୀ ମହିଳା ଓ ଶିଶୁମାନେ ସମ୍ପୂର୍ଣ୍ଣ ଡିଜିଟାଲ୍‍ ପ୍ରକ୍ରିୟାରେ ଟିକାକରଣ ସୁବିଧା ପାଇପାରିବେ । ଏହାଛଡ଼ା ସ୍ୱାସ୍ଥ୍ୟସେବା ପାଇଁ ପ୍ରଧାନମନ୍ତ୍ରୀ ଅନ୍ୟ ଏକ ପୋର୍ଟାଲ୍‍ର ଶୁଭାରମ୍ଭ କରିଛନ୍ତି ।

ଏଥିରେ ସମସ୍ତ ସ୍ୱାସ୍ଥ୍ୟସେବା ଯୋଗାଉଥିବା ପ୍ରତିଷ୍ଠାନ ଓ ସେଥିରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ପ୍ରଦାନକାରୀଙ୍କ ତାଲିକା ରହିବ । ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଭୁବନେଶ୍ୱରର ଗୋଠ ପାଟଣାରେ ଏକ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାରକୁ ମଧ୍ୟ ଉଦ୍‍ଘାଟନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+