'ସନ୍ଦେଶଖାଲି ମହିଳାମାନଙ୍କର ମୁଁ ପାଦ ସ୍ପର୍ଶ କରୁଛି', TMC'ଉପରେ ବର୍ଷିଲେ ମୋଦୀ
PM Modi: ପଶ୍ଚିମବଙ୍ଗର ସନ୍ଦେଶଖାଲି ମହିଳାମାନେ ଯେପରି ସାହସ ଦେଖାଇଛନ୍ତି, ତାହାର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ସନ୍ଦେଖାଲୀର ସେହି ଭଉଣୀମାନଙ୍କ ପାଦ ଛୁଇଁବା ପାଇଁ ଚାହୁଁଛି । ଏହି ମହିଳା ମାନେ ଏତେ ବଡ଼ ସାହସ ଦେଖାଇଛନ୍ତି । ପରିଣାମ ବିଷୟରେ ଚିନ୍ତା ନ କରି ଏମାନେ ଏତେ ବଡ଼ ଷଡଯନ୍ତ୍ରର ଖୁଲାସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେ ଦୁଇଟି ଦିଗରେ କାମ କରିଛୁ। ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ଆଇନ ପ୍ରସ୍ତୁତ କରାଯାଇଥିଲା। ବଳାତ୍କାର ମାମଲାରେ ଆମେ ମୃତ୍ୟୁଦଣ୍ଡର ଦିଗକୁ ଯାଇଛୁ। ମହିଳାମାନଙ୍କ ପାଇଁ ସଂରକ୍ଷଣ ପାଇଁ 3 କୋଟି ଲକ୍ଷପତି ଦିଦି ପରି ସ୍କିମ୍ କାମ କରୁଛି । ଘରର ମାଲିକ ମଧ୍ୟ ମହିଳାଙ୍କୁ ବନାଇଛୁ ।

ଏହା ଲାଲ୍ କିଲାରେ ମୋର ପ୍ରଥମ ଭାଷଣ ଥିଲା, ମୁଁ ପଚାରିଲି, ଯଦି ଝିଅ ସନ୍ଧ୍ୟାରେ ଆସିବାରେ ବିଳମ୍ବ ହୁଏ, ତେବେ ସମଗ୍ର ପରିବାର ପଚାରନ୍ତି ସେ କେଉଁଆଡେ ଗଲେ, ସେ କାହିଁକି ବିଳମ୍ବ କଲେ, ସେ କଣ କରୁଥିଲେ ? କିନ୍ତୁ ପୁଅ ରାତି 11 ଟାରେ ଆସିଲେ ବାପା ପଚାରନ୍ତି ପୁଅ ଖାଦ୍ୟ ଖାଇଛ । ଆମ ଏପରି ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ମୁଁ ଏପରି ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରୁଛି ।
ବଙ୍ଗଳାର ଭଉଣୀମାନଙ୍କ ମନରେ ଅସୁରକ୍ଷିତତାର ଭାବନା ସବୁଠାରୁ ବଡ ଚିନ୍ତାର ବିଷୟ । ଆମର ପ୍ରୟାସ ହେଉଛି ଆଇନ ବ୍ୟବହାର କରି ଏହାକୁ ରାଜ୍ୟ ସରକାରଙ୍କୁ ବୁଝାଇବା କିମ୍ବା ଅଧିକାରୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରି ସେହି ଦିଗରେ କିଛି ସମାଧାନ ଖୋଜିବା।
ଓବିସି ଉପରେ କୋଲକାତା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା କାହା ବିରୋଧରେ ନୁହେଁ। ଭାରତର ସମ୍ବିଧାନ ସଭାରେ ସଂରକ୍ଷଣ କାହାକୁ ମିଳିବା ଉଚିତ୍ ସେ ନେଇ ଆଲୋଚନା ହୋଇଥିଲା । ସମସ୍ତେ ସହମତିରେ ନିଷ୍ପତ୍ତି ନେଇଥିଲେ ଯେ, ଧର୍ମ ଆଧାରରେ ଥରେ ଦେଶ ବିଭାଜିତ ହୋଇଛି । ବର୍ତ୍ତମାନ ଦେଶ ଧର୍ମ ଆଧାରରେ ବିଭାଜିତ ହେବା ଉଚିତ ନୁହେଁ। ହେଲେ ଭୋଟ ପାଇଁ କିଛି ଲୋକ ମୁସଲମାନମାନଙ୍କୁ ସଂରକ୍ଷଣ ଦେଇଦେଲେ? କର୍ଣ୍ଣାଟକ, ଆନ୍ଧ୍ର ଏପରି କରିଛି । କିନ୍ତୁ ଏହା ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ ମନା କରିଦେଇଥିଲେ।












Click it and Unblock the Notifications