PM Modi Kashmir Visit: ଆତଙ୍କବାଦୀ ଆକ୍ରମଣ ମଧ୍ୟରେ, ଜମ୍ମୁ କଶ୍ମୀରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
PM Modi Kashmir Visit: ଆନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଶ୍ରୀନଗରରେ ଗସ୍ତରେ ଯାଇଛନ୍ତି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କର ଏହା ହେଉଛି ପ୍ରଥମ ଜାମ୍ମୁ କାଶ୍ମୀର ଗସ୍ତ । ଶ୍ରୀନଗରର ଶେର-ଏ-କାଶ୍ମୀର ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (SKICC) ରେ ଯୁବ ସଶକ୍ତିକରଣ, ଜାମ୍ମୁ କାଶ୍ମୀର ପରିବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି ।
ଏହା ସହିତ ସେ 1500 କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । ସେ 1800 କୋଟି ଟଙ୍କା ମୂଲ୍ୟର କୃଷି ଏବଂ ସହଯୋଗୀ କ୍ଷେତ୍ର ସଂସ୍କାର ପ୍ରକଳ୍ପ (JKCIP)ର ମଧ୍ୟ ଆରମ୍ଭ କରିବେ। ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି ଜୁନ୍ 21 ରେ ଶ୍ରୀନଗରର ଶେର-ଏ-କାଶ୍ମୀର ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସେ ଲୋକମାନଙ୍କୁ ସମ୍ବୋଧିତ କରିବେ ଏବଂ ଯୋଗ ଅଧିବେଶନ ମଧ୍ୟ ସାମିଲ ହେବେ ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ କାଶ୍ମୀର ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଶ୍ରୀନଗର ସହରର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। SKICC କୁ ଯାଉଥିବା ରାସ୍ତାକୁ ସିଲ୍ କରାଯାଇଛି । ସୁରକ୍ଷାକୁ ନଜରରେ ରଖି ଏଠାରେ ଡ୍ରୋନ୍ ବ୍ୟବହାର ଉପରେ ମଧ୍ୟ ରୋକ ଲଗାଯାଇଛି ।












Click it and Unblock the Notifications