ଟ୍ରୁଥ୍‍ ସୋସିଆଲ୍‌ ମିଡିଆରେ ଏହି ଦୁଇଜଣଙ୍କୁ ଫଲୋ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ପ୍ଲାଟ୍‍ଫର୍ମ 'ଟ୍ରୁଥ୍‍ ସୋସିଆଲ୍‍'ରେ ଯୋଗ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ ଏହି ଗଣମାଧ୍ୟମକୁ ଅଧିକ ବ୍ୟବହାର କରିଥାନ୍ତି । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ଟ୍ରୁଥ୍‍ ସୋସିଆଲ୍‍ ପ୍ଲାଟ୍‍ଫର୍ମରେ ଅଂଶିଦାର ଥିବା ସମସ୍ତଙ୍କ ସହ ମତବିନିମୟ କରିବାକୁ ସେ ଆଗ୍ରହୀ ।

ତାଙ୍କ ପୋଡ୍‍କାଷ୍ଟ ସାକ୍ଷାତକାର ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ୍‍ ଟ୍ରୁଥ୍‍ ସୋସିଆଲ୍‍ରେ ସେୟାର୍‍ କରିଥିବାରୁ ଶ୍ରୀ ମୋଦୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଯୋଗ୍ୟ ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ୍‍ ତାଙ୍କ ଟ୍ରୁଥ୍‍ ସୋସିଆଲ୍‍ ପ୍ଲାଟ୍‍ଫର୍ମରେ ଲେକ୍ସ ଫ୍ରିଡମ୍ୟାନ୍‍ଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ପୋଡ୍‍କାଷ୍ଟ ସାକ୍ଷାତକାର ପୋଷ୍ଟ କରିଥିଲେ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ସ୍ବତନ୍ତ୍ର ଫଟୋ ଶେୟାର କରିଛନ୍ତି । ଏହି ଫଟୋ ଭାରତୀୟ ପ୍ରଧାନମନ୍ତ୍ରୀ ଏବଂ ଆମେରିକୀୟ ରାଷ୍ଟ୍ରପତିଙ୍କ ମଧ୍ୟରେ ଥିବା ସ୍ବତନ୍ତ୍ର ସମ୍ପର୍କକୁ ଦର୍ଶାଉଛି । ଟ୍ରୁଥ ସୋସିଆଲ ହେଉଛି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଯାହାକୁ ସେ ସମଗ୍ର ବିଶ୍ୱକୁ ବାର୍ତ୍ତା ପଠାଇବା ପାଇଁ ବ୍ୟବହାର କରନ୍ତି ।

ଟ୍ରୁଥ ସୋସିଆଲରେ ନିଜର ପ୍ରଥମ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, 'ଟ୍ରୁଥ ସୋସିଆଲରେ ଯୋଗଦେଇ ମୁଁ ବହୁତ ଖୁସି। ଭବିଷ୍ୟତରେ ସମଗ୍ର ବିଶ୍ୱର ନେତାମାନଙ୍କ ସହ ବାର୍ତ୍ତାଳାପ କରିବା ଏବଂ ଅର୍ଥପୂର୍ଣ୍ଣ କଥାବାର୍ତ୍ତା କରିବାକୁ ମୁଁ ଆଗ୍ରହୀ।

modi trump

ସେପ୍ଟେମ୍ବର ୨୨, ୨୦୧୯ରେ ଟେକ୍ସାସର ହ୍ୟୁଷ୍ଟନର ଏନଆରଜି ଷ୍ଟାଡିୟମରେ ଆୟୋଜିତ 'ହାଉଡି ମୋଦି' କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ସହ ହାତ ମିଳାଉଥିବାର ଏକ ଫଟୋ ପୋଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୨ରେ ଟ୍ରୁଥ ସୋସିଆଲ ଆପ ଲଞ୍ଚ କରିଥିଲେ। ୨୦୨୧ରେ କ୍ୟାପିଟାଲ ହିଲ ଦଙ୍ଗା ପରେ ଟ୍ରମ୍ପଙ୍କୁ ଫେସବୁକ ଓ ଟୁଇଟରରୁ ନିଷିଦ୍ଧ କରାଯାଇଥିଲା।

ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ ସୋସିଆଲ ଆପରେ ଲେକ୍ସ ଫ୍ରିଡ୍‌ମ୍ୟାନ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ପୋଡକାଷ୍ଟ ଶେୟାର କରିଥିଲେ। ଏହାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରୁଥ ସୋସିଆଲ ପ୍ଲାଟଫର୍ମରେ ଯୋଗ ଦେଇଥିଲେ। ଟ୍ରୁଥ ସୋଶାଲରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ମଧ୍ୟ ଫଲୋ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+