ପୁଣି ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା; ଦ୍ବିତୀୟ ସ୍ଥାନରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି

ପୁଣି ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା। ଆମେରିକାର ମର୍ନିଂ କନ୍‌ସଲ୍ଟ ସର୍ଭେ ପକ୍ଷରୁ ରିପୋର୍ଟ ପ୍ରକାଶ । ଜୁଲାଇ ୨୦୨୫ ସର୍ଭେ ରିପୋର୍ଟ ତାଲିକାରେ ଶୀର୍ଷରେ ମୋଦି ।

ପିଏମ୍‌ ମୋଦିଙ୍କୁ ମିଳାଲା ୭୫% ଲୋକଙ୍କ ଆପ୍ରୁଭାଲ୍ ରେଟିଂ। ରିପୋର୍ଟରେ ଦ୍ବିତୀୟ ସ୍ଥାନରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ।

PM Modi is the world s most popular leader

ତୃତୀୟ ସ୍ଥାନରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଅର ମିଲେଇ ରହିଛନ୍ତି। ତାଙ୍କୁ ୫୭ ପ୍ରତିଶତ ଲୋକ ସମର୍ଥନ କରୁଛନ୍ତି। ବିଜେପି ଆଇଟି ସେଲ୍ର ହେଡ୍ ଅମିତ ମାଳବୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ରିପୋର୍ଟକୁ ସେୟାର କରିଛନ୍ତି।

ଲୋକପ୍ରିୟ ନେତାଙ୍କ ତାଲିକାର ଚତୁର୍ଥ ନମ୍ଵରରେ କାନାଡ଼ାର ମାର୍କ କାର୍ନି ରହିଛନ୍ତି। ତାଙ୍କୁ ୫୬ ପ୍ରତିଶତ ସମର୍ଥନ ମିଳିଛି। ୫ମ ସ୍ଥାନରେ ଅଷ୍ଟ୍ରେଲିଆର ଏନ୍ଥୋନୀ ଅଲ୍ବନିଜ ରହିଛନ୍ତି। ତାଙ୍କୁ ୫୪ ପ୍ରତିଶତ ରେଟିଂ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ୍ର ୪୪ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି। ସବୁଠୁ ବଡ଼ କଥା ହେଲା ତାଙ୍କୁ ୫୦ ପ୍ରତିଶତ ଲୋକ ବିରୋଧ କରୁଛନ୍ତି। ସବୁଠୁ କମ୍ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ହେଉଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଏବଂ ଚେକ ରିପବ୍ଲିକ୍ ପ୍ରଧାନମନ୍ତ୍ରୀ ପେଟ୍ରୋ ଫିଆଲ୍। ସେମାନଙ୍କୁ କେବଳ ୧୮% ପ୍ରତିଶତ ଲୋକ ପସନ୍ଦ କରୁଥିବା ବେଳେ ୭୪% ଲୋକ ନାପସନ୍ଦ କରୁଛନ୍ତି।

ଅନ୍ୟ ପ୍ରମୁଖ ନେତା :-

ଇଟାଲୀର ଜର୍ଜିଆ ମେଲୋନୀ- ୪୦% ସମର୍ଥନ, ୫୪% ଅସନ୍ତୁଷ୍ଟ

ଜର୍ମାନୀର ଫ୍ରେଡରିକ ମର୍ଜ- ୩୪% ସମର୍ଥନ, ୫୮% ଅସନ୍ତୁଷ୍ଟ

ତୁର୍କୀ ରେଚେପ ତୈୟ୍ୟପ ଏର୍ଦୋଗନ- ୩୩% ସମର୍ଥନ, ୫୦% ଅସନ୍ତୁଷ୍ଟ

ବ୍ରାଜିଲର ଲୁଲା ଦ ସିଲ୍ଵା- ୩୨% ସମର୍ଥନ, ୬୦% ଅସନ୍ତୁଷ୍ଟ

ବ୍ରିଟେନର କିଏର ଷ୍ଟାର୍ମର- ୨୬% ସମର୍ଥନ, ୬୫% ଅସନ୍ତୁଷ୍ଟ

ଜାପାନର ଶିଗେରୁ ଇଶିବା- ୨୦% ସମର୍ଥନ, ୬୬% ଅସନ୍ତୁଷ୍ଟ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+