ପ୍ରଧାନମନ୍ତ୍ରୀ ଭାବେ ମୋଦି ୧୧ ଥର ପାଇଁ ଜାତୀୟ ପତାକା ଉତ୍ତୋଲନ କଲେ
PM Modi Independence Day Speech: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 78 ତମ ସ୍ୱାଧୀନତା ଦିବସରେ ଅବସରରେ ପତାକା ଉତ୍ତୋଳନ କରିବା ପରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରୁଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଏକାଦଶ ସ୍ୱାଧୀନତା ଦିବସର ଅଭିଭାଷଣ। ଜନସାଧାରଣ ଆମକୁ ତୃତୀୟ ଥର ସେବା କରିବାର ସୁଯୋଗ ଦେଇଛନ୍ତି ମୁଁ ସେମାନଙ୍କୁ ସମ୍ମାନ ଜଣାଉଛି ବୋଲି କହିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ୬୦ ବର୍ଷ ପରେ ଜନସାଧାରଣ ଆମକୁ କ୍ରମାଗତ ତୃତୀୟ ଥର ପାଇଁ ସେବା କରିବାର ସୁଯୋଗ ଦେଇଛନ୍ତି। ଜନସାଧାରଣଙ୍କ ଆଶୀର୍ବାଦରେ ମୋ ପାଇଁ କେବଳ ଗୋଟିଏ ବାର୍ତ୍ତା ଅଛି - ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେବା, ପ୍ରତ୍ୟେକ ପରିବାରକୁ ସେବା, ପ୍ରତ୍ୟେକ କ୍ଷେତ୍ରକୁ ସେବା ଏବଂ ଏହା ମାଧ୍ୟମରେ ବିକାଶର ନୂତନ ଉଚ୍ଚତାରେ ପହଞ୍ଚିବା ଦେଶ । ଲାଲକିଲ୍ଲାରୁ ମୁଁ ଦେଶବାସୀଙ୍କୁ କୋଟି କୋଟି ପ୍ରଣାମ କରୁଛି ।

ସେହିପରି ଦିଲ୍ଲୀ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ସଂଗ୍ରାମୀଙ୍କ ନିକଟରେ ଦେଶବାସୀ ଋଣୀ ବୋଲି କହିଛନ୍ତି । ଦେଶ ଗଠନରେ ଯୁବକ ଓ ଚାଷୀଙ୍କ ଭୂମିକା ପ୍ରଶଂସନୀୟ । ପ୍ରଧାନମନ୍ତ୍ରୀ କହିଛନ୍ତି ବିକଶିତ ଭାରତ ୨୦୪୭ କେବଳ ଭାଷଣ ନୁହେଁ । ଦେଶବାସୀଙ୍କ ସ୍ୱପ୍ନ ଏଥିରେ ପ୍ରତିଫଳିତ ହେଉଛି । ୧୪୦ କୋଟି ଜନତା ବିକଶିତ ଭାରତ କରିପାରିବେ । ସେ ଆହୁରି କହିଛନ୍ତି, ୨୦୪୭ ସୁଦ୍ଧା ବିକଶିତ ଭାରତ ହୋଇପାରିବ । ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ଲକ୍ଷ୍ୟ । ତେବେ ବିକଶିତ ୨୦୪୭ କେବଳ ଭାଷଣର ଶଦ୍ଦ ନୁହେଁ । ୧୪୦ କୋଟି ଜନତା ବିକଶିତ ଭାରତ କରିପାରିବେ । ବିକଶିତ ଭାରତ ପାଇଁ ଆମକୁ ଅନେକ ପରାମର୍ଶ ମିଳିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ଆରର ଲକ୍ଷ୍ୟ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ 'ଭୋକାଲ୍ ଫର୍ ଲୋକାଲ୍'ର ମନ୍ତ୍ର ଦେଇଥିଲୁ। ଆଜି ମୁଁ ଖୁସି ଯେ ଭୋକାଲ୍ ଫର୍ ଲୋକାଲ୍ ଅର୍ଥନୈତିକ ବ୍ୟବସ୍ଥାର ନୂତନ ମନ୍ତ୍ର ହୋଇପାରିଛି। ପ୍ରତ୍ୟେକ ଜିଲ୍ଲା ଏହାର ଉତ୍ପାଦନ ପାଇଁ ଗର୍ବିତ ହୋଇଛି। ସୀମାରେ ଅହରହ ସଂଗ୍ରାମ କରୁଥିବା ଯବାନ , କ୍ଷେତରେ ଦିନରାତି ପରିଶ୍ରମ କରୁଥିବା କିଷାନ୍ ଏବଂ ପ୍ରତିଟି ବର୍ଗଙ୍କୁ ସଲାମ୍ କଲେ ପ୍ରଧାନମନ୍ତ୍ରୀ । କହିଲେ , ପ୍ରତିଟି ସଂଗ୍ରାମୀଙ୍କ ପ୍ରତି ଏ ଦେଶ ଚିର ଉପକୃତ । ମଧ୍ୟବିତ୍ତ ଏ ଦେଶକୁ ବହୁତ କିଛି ଦେଇଛନ୍ତି ,ତେଣୁ ଦେଶଠୁ ମଧ୍ୟ ସେ ବହୁ ଆଶା ରଖିଥାନ୍ତି । ମୁଁ ସ୍ୱପ୍ନ ଦେଖିଛି, ଯେବେ ବିକଶିତ ଭାରତର ସ୍ୱପ୍ନ ସାକାର ହେବ, ସେତେବେଳେ ସାଧାରଣ ଲୋକର ଜୀବନରେ ସରକାରର ଦଖଲ କମ ହେବ ବୋଲି ମୋଦି କହିଛନ୍ତି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications