ଉଦଘାଟିତ ହେଲା Z ମୋର୍ ଟନେଲ୍, ଯୋଡ଼ି ହେଲା ଶ୍ରୀନଗର ସହ ସୋନମାର୍ଗ
PM Modi Inaugurates Z-Morh Tunnel: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ ଏବଂ କାଶ୍ମୀରର ଗାନ୍ଦରବଲରେ Z-Morh ସୁଡ଼ଙ୍ଗର ଉଦଘାଟନ କରିଛନ୍ତି। ଏହି ସମୟରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ।

ଏହି ପ୍ରକଳ୍ପ ଆଞ୍ଚଳିକ ବିକାଶ ଏବଂ ସଂଯୋଗୀକରଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ନିର୍ମାଣ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଜମ୍ମୁ ଏବଂ କାଶ୍ମୀରର ସୋନମାର୍ଗକୁ ବିକଶିତ କରିବାରେ ସାହାଯ୍ୟ କରିବ। ଏହି ସୁଡ଼ଙ୍ଗଟି 6.5 କିଲୋମିଟର ଲମ୍ବା। ସୁଡ଼ଙ୍ଗ ଖୋଲିବା ସହିତ, ଶ୍ରୀନଗର-ସୋନମାର୍ଗ ରୁଟରେ ରାସ୍ତା ଅଂଶ ସବୁ ଋତୁ ପାଇଁ ଖୋଲା ରହିବ ଏବଂ ସୋନମାର୍ଗ ଅଞ୍ଚଳରେ ଶୀତକାଳୀନ ପର୍ଯ୍ୟଟନକୁ ବୃଦ୍ଧି ପାଇବାରେ ସାହାଯ୍ୟ କରିବ ।












Click it and Unblock the Notifications