ଲୋକାର୍ପିତ ହେଲା ‘ପୂର୍ବାଞ୍ଚଳ ଏକ୍ସପ୍ରେସ': ସଡକରେ ଅବତରଣ କଲା ମୋଦୀଙ୍କ ହର୍କୁଲେସ ହେଲିକପ୍ଟର

ନୂଆଦିଲ୍ଲୀ: ଦେଶରେ ସଡକ ପରିବହନର ଅନ୍ୟତମ ଗୁରୁତ୍ବପୂର୍ଣ ଯୋଜନା 'ପୂର୍ବାଞ୍ଚଳ ଏକ୍ସପ୍ରେସ' ଆଜି ଲୋକାର୍ପିତ ହୋଇଛି। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ୩୪୧ କିଲୋମିଟର ଲମ୍ବା 'ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ'କୁ ଆଜି ଉଦଘାଟନ କରିଛନ୍ତି । ଏଠାରେ ଥିବା ରନୱେରେ ମୋଦୀଙ୍କ ହରକ୍ୟୁଲେସ ବିମାନ ଅବତରଣ କରିଥିଲା। ଏଥିସହିତ ଭାରତୀୟ ବାୟୁ ସେନାର ବିମାନ ଏହି ସଡକରେ ଟଚ ଆଣ୍ଡ ଗୋ ଅଭ୍ଯାସ କରିଥିଲା।

Purvanchal expressway

ଉଦଘାଟନ ସମୟରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଉତ୍ତର ପ୍ରଦେଶ ସରକଙ୍କ ସଫଳତା ଉପରେ ଆଲୋକପାତ କରିଥିଲେ। ଏହି ସଡକ ସମୁଦାୟ ୩୪୦.୮ କିମି ପରିବ୍ୟାପ୍ତ ଅଟେ। ଏହି ସଡକ ପ୍ରକଳ୍ପ ଜରିଆରେ ଲକ୍ଷ୍ନୌ, ଅଜମଗଢ଼, ମଉ, ସୁଲତାନପୁର ଏବଂ ଗାଜିପୁର ଇତ୍ୟାଦି ଅଞ୍ଚଳ ସଂଯୋଗ ହୋଇଛି।

ଆଗାମୀ ନିର୍ବାଚନରେ ପ୍ରମୁଖ ଭୂମିକା:

ଆଗାମୀ ନିର୍ବାଚନରେ ଏହି ପ୍ରକଳ୍ପ ଯୋଗୁ ୟୁପିର ପୂର୍ବାଞ୍ଚଳ ଉପରେ ବିଜେପିର ନଜର ରହିଛି ବୋଲି ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି। ୨୦୧୫ ମସିହାରେ ଅଖିଲେଶ ଯାଦବଙ୍କ ଦ୍ଵାରା ପ୍ରଥମେ ପରିକଳ୍ପନା କରଯାଇଥିଲା ଏହି ପ୍ରକଳ୍ପ। ତେବେ ଏହି ପ୍ରକଳ୍ପକୁ ଅଧିକ ଅଞ୍ଚଳ, ଜିଲ୍ଲା ତଥା ଅଧିକ ପରିବ୍ୟାପ୍ତ କରିଥିଲେ ଯୋଗୀ ସରକାର। ଏହି ଅଞ୍ଚଳରେ ରହିଥିବା ସୁଲତାନପୁର, ଗାଜିପୁର, ଆମେଥି, ମଉ ଇତ୍ୟାଦି ଅଞ୍ଚଳ ସମାଜବାଦୀ, ବହୁଜନ ସମାଜବାଦି ଏବଂ କଂଗ୍ରେସର ଦାଖଲରେ ରହିଛି। ଏହି ସବୁ ଆସନ ଉପରେ ଏହି ପ୍ରକଳ୍ପ ଜରିଆରେ ବିଜେପି ଆଖି ପକାଇଛି ବୋଲି ସମୀକ୍ଷକ ମତ ଦେଇଛନ୍ତି।

Sukhoi IAF

କହିଛନ୍ତି ଯେ ଯେଉଁ 'ପୃଥିବୀରେ ହନୁମାନଜୀ କଲନେମୀଙ୍କୁ ହତ୍ୟା କରିଛନ୍ତି, ମୁଁ ସେହି ଦେଶର ଲୋକଙ୍କ ପାଦ ଛୁଉଁଚି। ଏଠାରେ ଥିବା ମାଟିରେ ସ୍ୱାଧୀନତା ସଂଗ୍ରାମର ଗନ୍ଧ ରହିଥାଏ, ଏହି ପବିତ୍ର ଭୂମି 'ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ' ର ଉପହାର ପାଉଛି, ଯାହାକୁ ଆପଣ ଦୀର୍ଘ ସମୟ ଅପେକ୍ଷା କରିଥିଲେ । ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ' । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯାହାର ୟୁପିର ସାମର୍ଥ୍ୟ ଉପରେ ସନ୍ଦେହ ଅଛି, ସେ ଏଠାକୁ ଆସି ୟୁପିର ସାମର୍ଥ୍ୟ ଦେଖିପାରିବେ। ଯେଉଁଠାରେ ୩-୪ ବର୍ଷ ପୂର୍ବେ କେବଳ ଜମି ଥିଲା, ବର୍ତ୍ତମାନ ଏହିପରି ଏକ ଆଧୁନିକ ଏକ୍ସପ୍ରେସୱେ ହୋଇ ପାରିଛି I
ସୂଚନାନୁସାରେ ୨୦୧୮ ମସିହାରେ ଏହି 'ଏକ୍ସପ୍ରେସ ୱେ'ର ପୁନାଦି ପକାଇଥିଲେ ମୋଦୀ ।

ଏହି ଏକ୍ସପ୍ରେସ ୱେ ପୂର୍ବ ଉତ୍ତରପ୍ରଦେଶକୁ ପଶ୍ଚିମ ଉତ୍ତର ପ୍ରଦେଶ ସହ ଯୋଡିବ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଗାଜିପୁରକୁ ସଂଯୋଗ କରିବ ପୂର୍ବାଞ୍ଚଳ ଏକସପ୍ରେସ ୱେ । ଏହି ଏକ୍ସପ୍ରେସ ୱେ ନିର୍ମାଣରେ ପାଖାପାଖି ୨୨,୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆଉ ସବୁଠୁ ବଡ କଥା ହେଲା ଏହି ଏକ୍ସପ୍ରେସ ୱେ ୯ଟି ଜିଲ୍ଲାକୁ ଅତିକ୍ରମ କରିଛି । ୬ ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ ୱେରେ ୩.୨ କିଲୋମିଟର ଯାଏଁ ରନୱେ ରହିଛି । ଯାହାକୁ ଆଜି ପ୍ରଧାନ ମନ୍ତ୍ରୀ ଉଦଘାଟନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+