୫୧୨୫ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତରେ ରହିଛନ୍ତି । ସକାଳୁ ରାଜଧାନୀ ଇଟାନଗରରେ ୫୧୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ସିଓମ ଉପ-ବେସିନରେ ବିକଶିତ ହେବାକୁ ଥିବା ହିଓ ଜଳବିଦ୍ୟୁତ ପ୍ରକଳ୍ପ ଏବଂ ଟାଟୋ-୧ ଜଳବିଦ୍ୟୁତ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି ।ଇଟାନଗରରେ ୫୧୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏଥିରେ ସିଓମ ଉପ-ବେସିନରେ ବିକଶିତ ହେବାକୁ ଥିବା ହିଓ ଜଳବିଦ୍ୟୁତ ପ୍ରକଳ୍ପ ଏବଂ ଟାଟୋ-୧ ଜଳବିଦ୍ୟୁତ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି । ମୋଦୀ ତାୱାଙ୍ଗଠାରେ ୧୨୯୦କୋଟି ଟଙ୍କା ମୂଲ୍ୟର ଏକ ଅତ୍ୟାଧୁନିକ ସମ୍ମିଳନୀ କେନ୍ଦ୍ର ଏବଂ ଅନ୍ୟାନ୍ୟ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୧୫୦୦ ଦର୍ଶକ ବସିବା ବ୍ୟବସ୍ଥା ଥିବା ଏହି ସେଣ୍ଟରରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ସମ୍ମିଳନୀ ଆୟୋଜିତ ହୋଇପାରିବ ।
ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାନଗରରେ ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ମୋର ଅରୁଣାଚଳ ପ୍ରଦେଶ ଗସ୍ତ ସ୍ୱତନ୍ତ୍ର ହୋଇଛି । ନପରାତ୍ରିର ପ୍ରଥମ ଦିନରେ ମୁଁ ଏତେ ସୁନ୍ଦର ପର୍ବତ ଦେଖିବାକୁ ପାଇଲି । ଆଜି ପରବର୍ତ୍ତୀ ପିଢିର ଜିଏସଟି ସଂସ୍କାର କାର୍ଯ୍ୟକାରୀ ହୋଇଛି । ଜିଏସଟି ସଞ୍ଚୟ ମହୋତ୍ସବ ଆରମ୍ଭ ହୋଇଛି । ଅରୁଣାଚଳ ପ୍ରଦେଶକୁ ଶକ୍ତି, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ପ୍ରକଳ୍ପ ପ୍ରଦାନ କରାଯାଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ଦଳର ବିଚାରଧାରା ଅରୁଣାଚଳ ପ୍ରଦେଶ ଏବଂ ସମଗ୍ର ଉତ୍ତର-ପୂର୍ବାଞ୍ଚଳକୁ ବହୁତ କ୍ଷତି ପହଞ୍ଚାଇଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ମୋଦି ସେମାନଙ୍କୁ ପୂଜା କରନ୍ତି, ଯାହାକୁ କେହି ପଚାରି ନାହାଁନ୍ତି । ଅରୁଣାଚଳ ପ୍ରଦେଶ ପରେ ଆଜି ଅପରାହ୍ଣରେ ମୋଦି ତ୍ରିପୁରା ଯିବେ ।
ଦୁଇ ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ପାଇଁ ୫ ହଜାର ୧୨୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତ୍ରିପୁରା ରାଜଧାନୀ ଅଗରତାଲାରେ ବିଭିନ୍ନ କାର୍ଯ୍ୟକ୍ରମ ପରେ ଅଗରତାଲାରୁ ମୋଦି ହେଲିକପ୍ଟରରେ ତ୍ରିପୁରାର ଉଦୟପୁର ଯିବେ । ସେଠାରେ ୫୨୪ ବର୍ଷର ପୁରୁଣା ମାତା ତ୍ରିପୁରା ସୁନ୍ଦରୀ ମନ୍ଦିରର ପୁନଃ ବିକାଶ କାମର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହି ମନ୍ଦିରର ବିକାଶ ପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ହେଲିପ୍ୟାଡରୁ ମୋଦି ତ୍ରିପୁରା ସୁନ୍ଦରୀ ମନ୍ଦିର ପର୍ଯ୍ୟନ୍ତ ୧୨ କିଲୋମିଟର ରୋଡ୍ ଶୋ' କରିବେ ।
-
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର -
Adani Green Energy Limited ESG ରେଟିଂରେ ନମ୍ବର 1—87.3 ସ୍କୋର ସହ ଦେଶରେ ଶୀର୍ଷରେ -
ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ -
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ -
ନୀତିଶ ଯୁଗ’ର ଅନ୍ତ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା -
ଭାରତ ମଧ୍ୟସ୍ଥ ହେଲେ ସ୍ବାଗତ କରିବୁ: ଟ୍ରମ୍ପ -
ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା -
ଓଭରଲୋଡ୍ ଗାଡ଼ି ଉପରେ କଡ଼ା ନଜର, ଦେବାକୁ ପଡ଼ିବ ୪ ଗୁଣା ଅଧିକ ଟୋଲ୍ ଟ୍ୟାକ୍ସ





Click it and Unblock the Notifications