ଚାଷୀଙ୍କୁ ବଡ଼ ଉପହାର ଦେଲେ ପ୍ରଧାମନ୍ତ୍ରୀ ମୋଦି , ବିଶ୍ୱର ସର୍ବ ବୃହତ ଶସ୍ୟ ଭଣ୍ଡାରର କଲେ ଉଦଘାଟନ
ନୂଆଦିଲ୍ଲୀ: ଦେଶର ସମବାୟ କ୍ଷେତ୍ରକୁ ମଜଭୁତ କରିବା ଦିଗରେ ବଡ଼ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ରେ ସମବାୟ କ୍ଷେତ୍ର ପାଇଁ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ୧୧ ରାଜ୍ୟରେ ୧୧ଟି ପ୍ରାଥମିକ କୃଷି କ୍ରେଡିଟ୍ ସୋସାଇଟି ତଥା ପିଏସିଏସ୍ରେ ପରିଚାଳିତ 'ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା'ର ପାଇଲଟ୍ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୮ ହଜାର ପ୍ୟାକ୍ସରେ କମ୍ପ୍ୟଟରିକରଣର ଶୁଭାରମ୍ଭ ମଧ୍ୟ କରିଛନ୍ତି ।
ଏହା ସହିତ ଅତିରିକ୍ତ ୫୦୦ ପ୍ୟାକ୍ସରେ ଶସ୍ୟ ସଂରକ୍ଷଣ ଗୋଦାମର ଶିଳାନ୍ୟାସ କରିଛନ୍ତି । ଏହି ଯୋଜନାରେ ଚାଷୀଙ୍କୁ ଋଣ ପ୍ରଦାନ, ଶସ୍ୟ ସଂରକ୍ଷଣ, ଶସ୍ୟ କ୍ରୟ ଏବଂ ପିଡ଼ିଏସ ପ୍ରଭୃତି ସୁବିଧା ମିଳିବ । ପ୍ୟାକ୍ସ ଅନଲାଇନ ହେବା ଦ୍ୱାରା ସଂଚାଳନରେ ସୁବିଧା ସହିତ କାର୍ଯ୍ୟ ଦକ୍ଷତା, ସ୍ୱଚ୍ଛତା ଏବଂ ଉତ୍ତରଦାୟୀ କ୍ଷେତ୍ରରେ ବହୁ ସୁଧାର ଆସି ପାରିବ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ 'ବିକଶିତ ଭାରତ'ର ଅମୃତ ଯାତ୍ରାରେ ଆଜି ଭାରତ ମଣ୍ଡପମ ଆଉ ଏକ ପ୍ରମୁଖ ସଫଳତାର ସାକ୍ଷୀ ରହିଛି । ସହଯୋଗ ମାଧ୍ୟମରେ ଦେଶ ସମୃଦ୍ଧତା ପାଇଁ ନେଇଥିବା ସଂକଳ୍ପକୁ ହୃଦୟଙ୍ଗମ କରିବା ଦିଗରେ ଆଜି ଆମେ ଆଗକୁ ବଢୁଛୁ । ସେଆହୁରି ମଧ୍ୟ କହିଛନ୍ତି, କୃଷି ଏବଂ ଚାଷର ମୂଳଦୁଆକୁ ଦୃଢ କରିବାରେ ସହଯୋଗର ଶକ୍ତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ଭାବନା ସହ ଆମେ ଏକ ପୃଥକ ସହଯୋଗ ମନ୍ତ୍ରଣାଳୟ ଗଠନ କରିଛୁ । ଆଜି ଆମେ ଆମର କୃଷକମାନଙ୍କ ପାଇଁ ବିଶ୍ୱର ସର୍ବ ବୃହତ ସଂରକ୍ଷଣ ଯୋଜନା ଆରମ୍ଭ କରିଛୁ ।












Click it and Unblock the Notifications