୧୨.୬୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ୧୨ହଜାର ୨୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ସାହିବାବାଦରୁ ନିଉ ଅଶୋକନଗର୍ ମଧ୍ୟରେ ଦିଲ୍ଲୀ - ଗାଜିଆବାଦ-ମିରଟ ନମୋ ଭାରତ କରିଡରର ୧୩ କିଲୋମିଟର ଦୀର୍ଘ ରାସ୍ତାକୁ ଉଦ୍ଘାଟନ କରିଛନ୍ତି । ସାହିବାବାଦ ଆର୍.ଆର୍.ଟି.ଏସ୍ ଷ୍ଟେସନରୁ ନୂଆ ଅଶୋକନଗର ଆର୍ଆର୍ଟିଏସ୍ ଷ୍ଟେସନ ପର୍ଯ୍ୟନ୍ତ ମଧ୍ୟ ପ୍ରଧାନମନ୍ତ୍ରୀ ନମୋ ଭାରତ ଟ୍ରେନ୍ ଯାତ୍ରା କରିଛନ୍ତି ।
ଏହି ଅବସରରେ ସେ ସ୍କୁଲ ପିଲାଙ୍କ ସହ ମତ ବିନିମୟ I କରିଛନ୍ତି । ଏହାବ୍ୟତୀତ ଶ୍ରୀ ମୋଦୀ ଦିଲ୍ଲୀ ମେଟ୍ରୋ ଫେଜ୍-୪ର କନକପୁରୀରୁ କ୍ରିଷ୍ଣା ପାର୍କ ମଧ୍ୟରେ ୧୨ଶହ କୋଟି ଟଙ୍କା ମୂଲ୍ୟର ୨ ଦଶମିକ ୮ କିଲୋମିଟର ରାସ୍ତାକୁ ଉଦ୍ଘାଟନ କରିଛନ୍ତି । ଏହାଦ୍ଵାରା ପଶ୍ଚିମ ଦିଲ୍ଲୀର କ୍ରିଷ୍ଣାପାର୍କ, ବିକାଶପୁରୀ, କନକପୁରୀ ଏବଂ ଅନ୍ୟାନ୍ୟ ଅଞ୍ଚଳର ଅଧିବାସୀମାନେ ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋ ଫେଜ୍-୪ର ୨୬ ଦଶମିକ ୫ କିଲୋମିଟର ରିଆଲା-କୁଣ୍ଡଳି ସେକ୍ସନର ଶିଳାନ୍ୟାସ କରିଛନ୍ତି । ଏଥିପାଇଁ ୬ହଜାର ୨୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି କରିଡର ଦିଲ୍ଲୀର ରିଆଲାକୁ ହରିୟାଣାର ନାଥୁପୁରକୁ ସଂଯୋଗ କରିବ । ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ ରୋହିଣିଠାରେ କେନ୍ଦ୍ରୀୟ ଆର୍ୟୁବେଦ ଗବେଷଣା ପରିଷଦର ନୂତନ ଅତ୍ୟାଧୁନିକ କୋଠାର ଶିଳାନ୍ୟାସ କରିଛନ୍ତି ।












Click it and Unblock the Notifications