'କର୍ତ୍ତବ୍ୟ ଭବନ' ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କର୍ତ୍ତବ୍ୟ ଭବନ-୩ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଏହି ଆଧୁନିକ କୋଠା ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ନୂତନ ମୁଖ୍ୟାଳୟ ହେବ। ଏଥିରେ ଗୃହ, ବୈଦେଶିକ ବ୍ୟାପାର, ଏମଏସଏମଇ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ଡିଓପିଟି ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ। ଏହି ସାତ ମହଲା ବିଶିଷ୍ଟ କୋଠାରେ ୨୪ଟି ମୁଖ୍ୟ ସମ୍ମିଳନୀ କକ୍ଷ, ୨୬ଟି ଛୋଟ ସମ୍ମିଳନୀ କକ୍ଷ ଏବଂ ୬୭ଟି ବୈଠକ କକ୍ଷ ଅଛି।

କର୍ତ୍ତବ୍ୟ ଭବନ ୩ରେ କମନ ସେଣ୍ଟ୍ରାଲ ସେକ୍ରେଟରିଏଟ୍ ଭାବେ କାର୍ଯ୍ୟ କରିବ । ଏଥିରେ ଉଭୟ ସ୍ବରାଷ୍ଟ୍ର ଓ ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟ କରିବ । ମୋଟ ୧୦ଟି ବିଲ୍ଡିଂ ନିର୍ମାଣ ହେବ ।

PM Modi

ଆସନ୍ତା ୨୦୨୭ ଜୁନ୍ ସୁଦ୍ଧା ସମସ୍ତ ନିର୍ମାଣ ସରିବ । ମନ୍ତ୍ରଣାଳୟଗୁଡ଼ିକୁ ଏକାଠି କରି ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ନୀତି କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବ କର୍ତ୍ତବ୍ୟ ଭବନ । ଏହା ପ୍ରାୟ ୧.୫ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ନିର୍ମାଣ ହୋଇଥିବାବେଳେ ଦୁଇଟି ବେସମେଣ୍ଟ ଏବଂ ସାତ ମହଲା ରହିଛି ।

କର୍ତ୍ତବ୍ୟ ଭବନରେ ଗୃହ ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ଏମଏସଏମଇ, ଡିଓପିଟି, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅଫିସ ରହିବ । ଏହି କୋଠାକୁ ୩୦ ପ୍ରତିଶତ କମ୍ ଶକ୍ତି ବ୍ୟବହାର କରିବା ପାଇଁ ଡିଜାଇନ୍ କରାଯାଇଛି । କୋଠାକୁ ଥଣ୍ଡା ରଖିବା ଏବଂ ବାହ୍ୟ ଶବ୍ଦ ପ୍ରଦୂଷଣ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର କାଚ ଝରକା ଲଗାଯାଇଛି । ଶକ୍ତି-ସଞ୍ଚୟକାରୀ ଏଲଇଡି ଲାଇଟ୍, ଆବଶ୍ୟକ ନଥିବା ସମୟରେ ଲାଇଟ୍ ବନ୍ଦ କରିବା ପାଇଁ ସେନ୍ସର, ଶକ୍ତି-ସଞ୍ଚୟକାରୀ ସ୍ମାର୍ଟ ଲିଫ୍ଟ ଏବଂ ବିଦ୍ୟୁତ୍ ବ୍ୟବହାର ପରିଚାଳନା ପାଇଁ ଏକ ଉନ୍ନତ ବ୍ୟବସ୍ଥା ଶକ୍ତି ସଂରକ୍ଷଣରେ ସାହାଯ୍ୟ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+