ବିଶ୍ୱ ସମବାୟ ସମ୍ମିଳନୀକୁ ଉଦ୍‌ଘାଟନ କଲେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆଇ.ସି.ଏ. ବିଶ୍ୱ ସମବାୟ ସମ୍ମଳନୀକୁ ଉଦ୍‌ଘାଟନ କରଛନ୍ତି । ଆନ୍ତର୍ଜାତିକ ସମବାୟ ମେଣ୍ଟର ଦୀର୍ଘ ୧୩୦ ବର୍ଷର ଇତିହାସରେ ପ୍ରଥମଥର ପାଇଁ ଭାରତରେ ଏହି ସମ୍ମିଳନୀ ଆୟୋଜିତ ହେଉଛି । ଅନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏକ ସ୍ମାରକୀ ଟିକଟ ଉନ୍ମୋଚନ କରିଛନ୍ତି ।

୬ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି "ସମସ୍ତଙ୍କ ସମୃଦ୍ଧିରେ ସମବାୟ" । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩ ହଜାର ବିଦେଶୀ ଓ ଭାରତୀୟ ପ୍ରତିନିଧି ଯୋଗଦେଇଛନ୍ତି । ସମଗ୍ର ବିଶ୍ୱର ସମବାୟ ସମିତିଗୁଡ଼ିକ ମଧ୍ୟରେ ଏହି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ନେଇ ମତ ବିନିମୟ ହୋଇଛି ।

pm modi

ସମସ୍ତଙ୍କ ପାଇଁ ଏମ ସାମୂହିକ, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଭବିଷ୍ୟତ ଗଠନରେ ସମବାୟର ଭୂମିକା ନେଇ ଆଲୋଚନ ହେବ । ଭୂଟାନ ପ୍ରଧାନମନ୍ତ୍ରୀ ଦାସୋ ସେରିଙ୍ଗ୍ ତୋବଗେ ଏବଂ ଫିଜିର ଉପପ୍ରଧାନମନ୍ତ୍ରୀ ମନୋଆ କାମିକାମିକା ଏହି ସମ୍ମିଳନୀରେ ଯୋଗଦେବେ । ସୂଚନାଯୋଗ୍ୟ, ୧୮୯୫ ମସିହାରେ ଅନ୍ତର୍ଜାତୀୟ ସମବାୟ ମେଣ୍ଟ ସ୍ଥାପନ କରାଯାଇଥିଲା । ଏଥିରେ ସମଗ୍ର ବିଶ୍ୱରୁ ପ୍ରାୟ ୧୦୦ କୋଟିରୁ ଅଧିକ ସମବାୟ ସଦସ୍ୟ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+