Get Updates
Get notified of breaking news, exclusive insights, and must-see stories!

ନୂଆଦିଲ୍ଲୀରେ ଭଗବାନ ବୁଦ୍ଧଙ୍କ ପବିତ୍ର ପିପରହୱା ଆନ୍ତର୍ଜାତିକ ପ୍ରଦର୍ଶନୀକୁ ଉଦ୍‍ଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଭଗବାନ ବୁଦ୍ଧଙ୍କ ପବିତ୍ର ପିପରହୱା ଆନ୍ତର୍ଜାତିକ ପ୍ରଦର୍ଶନୀର ଉଦ୍‍ଘାଟନ କରିଛନ୍ତି । ଏହାର ବିଷୟବସ୍ତୁ ରହିଛି ପବିତ୍ର ବୁଦ୍ଧଙ୍କ ଅବଶେଷ-ଆଲୋକ ଓ ପଦ୍ମ । ନୂଆଦିଲ୍ଲୀର ରାୟପିଥୋରା ସାଂସ୍କୃତିକ କେନ୍ଦ୍ରରେ ଏହି ପ୍ରଦର୍ଶନୀ ଆରମ୍ଭ ହୋଇଛି ।

pm modi

ଏହି ଅବସରରେ ପ୍ରଧାନମନ୍ତ୍ରୀ ଭଗବାନ ବୁଦ୍ଧଙ୍କ ସହ ସଂପର୍କିତ ପ୍ରଦର୍ଶନୀର ବିଭିନ୍ନ ଭାଗ ବୁଲି ଦେଖିଛନ୍ତି ।ପ୍ରଦର୍ଶନୀରେ ଏକ ସମାବେଶକୁ ଉଦ୍‍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦୀର୍ଘ ସମୟର ଅପେକ୍ଷା ପରେ ଦେଶକୁ ତା'ର ସ୍ଥାପତ୍ୟ ପ୍ରତ୍ୟାବର୍ତ୍ତନ କରିଛି, ଯାହା ଭାରତର ପବିତ୍ର ସ୍ମୃତିକୁ ଦର୍ଶାଉଛି। ଶ୍ରୀ ମୋଦୀ କହିଛନ୍ତି, ଆଜିଠାରୁ ଦେଶବାସୀ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଦର୍ଶନ କରିପାରିବେ ଏବଂ ଆଶୀଷ ଲାଭ କରିପାରିବେ ।

ପ୍ରଦର୍ଶନୀରେ ପ୍ରଥମଥର ପାଇଁ ପିପରହୱାରୁ ଏକ ଶତାବ୍ଦୀରୁ ଅଧିକ ସମୟ ପରେ ସଂଗୃହିତ ଅବଶେଷ ଗୁଡ଼ିକ ସ୍ଥାନିତ କରାଯାଇଛି । ୧୮୯୮ ମସିହାରେ ଆବିଷ୍କୃତ ପିପରହୱା ଅବଶେଷ ହେଉଛି, ଭଗବାନ ବୁଦ୍ଧଙ୍କ ସହିତ ଜଡ଼ିତ ପ୍ରାରମ୍ଭିକ ଏବଂ ଐତିହାସିକ ଅବଶେଷ ସଂଗ୍ରହ ମଧ୍ୟରୁ ଗୋଟିଏ । ଏହା ନୂଆଦିଲ୍ଲୀର ଜାତୀୟ ସଂଗ୍ରହାଳୟ ଏବଂ କୋଲକାତାର ଭାରତୀୟ ସଂଗ୍ରହାଳୟରେ ସଂରକ୍ଷିତ ରହିଛି । ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଅନୁଯାୟୀ ପିପରହାୱା ସ୍ଥାନ ପ୍ରାଚୀନ କପିଳାବସ୍ତୁ ସହ ଜଡ଼ିତ ଯେଉଁଠାରେ ଭଗବାନ ବୁଦ୍ଧ ତାଙ୍କର ପ୍ରାରମ୍ଭିକ ଜୀବନ ବିତାଇଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସଂସ୍କୃତିମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି, ୧୨୭ ବର୍ଷ ପରେ ଭଗବାନ ବୁଦ୍ଧଙ୍କ ଅବଶେଷ ଭାରତକୁ ମିଳିପାରିଛି । ସାରା ଦେଶ ଏଥିପାଇଁ ଗର୍ବ ଅନୁଭବ କରୁଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଦେଶର ସାଂସ୍କୃତିକ ଐତିହ୍ୟ ବହନ କରୁଥିବା ଐତିହାସିକ ସ୍ଥାପତ୍ୟ ଗୁଡ଼ିକୁ ସଂରକ୍ଷଣ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଶେଖାୱତ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+