For Quick Alerts
Turn On Notification  
For Daily Alerts
Oneindia App Download

ଶୁଭାରମ୍ଭ ହେଲା ଦେଶର ପ୍ରଥମ ଚାଳକବିହୀନ ଟ୍ରେନ୍

ଏହି ଚାଳକବିହୀନ ଟ୍ରେନଟି ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ୍(ଜନକପୁରୀ ପଶ୍ଚିମ ରୁ ବଟାନିକାଲ ଗାର୍ଡେନ) ଭିତରେ 37କିଲୋମିଟର ଦୂରତା ଚଳାଚଳ କରିବ | ପରେ 2021ମଧ୍ୟ ସୁଦ୍ଧା ଏହା ଆଉ 56 କିଲୋମିଟର ଗଡ଼ିବ ବୋଲି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସୂଚନା ଦେଇଛି |

|

ନୂଆଦିଲ୍ଲୀ : ଦେଶରେ ଚାଲିବ ଚାଳକବିହୀନ ଟ୍ରେନ୍ | ସୋମବାର ପୂର୍ବାହ୍ନ 11ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି | ଏହି ଚାଳକବିହୀନ ଟ୍ରେନଟି ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ୍(ଜନକପୁରୀ ପଶ୍ଚିମ ରୁ ବଟାନିକାଲ ଗାର୍ଡେନ) ଭିତରେ 37କିଲୋମିଟର ଦୂରତା ଚଳାଚଳ କରିବ | ପରେ 2021ମଧ୍ୟ ସୁଦ୍ଧା ଏହା ଆଉ 56 କିଲୋମିଟର ଗଡ଼ିବ ବୋଲି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସୂଚନା ଦେଇଛି | ଏହାଦ୍ୱାରା ଭାରତ ବିଶ୍ୱର ପ୍ରମୁଖ ମେଟ୍ରୋ ରେଳ ସେବା ପ୍ରଦାନକାରୀ ରାଷ୍ଟ୍ର ବର୍ଗରେ ସାମିଲ ହେବ |

Narendra-Modi

2017 ସେପ୍ଟେମ୍ବରରୁ ପ୍ରଥମେ ଏହାର ପରୀକ୍ଷାମୂଳକ ଭାବେ ଚଲାଇଥିଲା | ଏହି ଟ୍ରେନ୍ 95 କି.ମି. ପ୍ରତି ଘଣ୍ଟା ହିସାବରେ ଗତି କରିବ । ଏହି ଟ୍ରେନରେ ବହୁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି । ଦିଲ୍ଲୀ ମେଟ୍ରୋ ଟ୍ରେନ୍ 390 କିମି ମଧ୍ୟରେ ଚଳାଚଳ କରୁଛି | ଏଥିରେ 285ଟି ଷ୍ଟେସନ ଓ 11ଟି କରିଡର ରହିଛି |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
PM Modi Inaugurated first driverless train in New Delhi.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X