ଆରମ୍ଭ ହେଲା ବିଏସଏନଏଲର ସ୍ୱଦେଶୀ 4G ନେଟୱର୍କ
କରିଛନ୍ତି। ଝାରସୁଗୁଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ ହୋଇଛି। ସ୍ୱଦେଶ ୪ଜି ନେଟୱର୍କ ଲଞ୍ଚ ହେବାରୁ ଭାରତ ଏବେ ଟେଲିକମ ସାମଗ୍ରୀ ଉତ୍ପାଦନ କରୁଥିବା ରାଷ୍ଟ୍ରଗୁଡ଼ିକର ସମକକ୍ଷ ହୋଇପାରିଛି।
ଭାରତ ସଞ୍ଚାର ନିଗମ ଲିଃର ରୌପ୍ୟ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୯୨, ୬୦୦ଟି ୪ଜି ଟେକ୍ନୋଲୋଜି ସାଇଟ୍ସ ସମେତ ମୋଟ ୯୭,୫୦୦ ମୋବାଇଲ ୪ଜି ଟାୱାରକୁ ଏହି ଟେଲିକମ ସେବା ପ୍ରଦାନକାରୀ ସଂସ୍ଥାରେ ସାମିଲ କରିଛନ୍ତି। ଏହି ଟାୱାର ଗୁଡ଼ିକ ୩୭,୦୦୦ କୋଟି ଟଙ୍କା ବଳରେ ତିଆରି ହୋଇଛି। ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳର ବ୍ୟବହାର ହୋଇଥିବା ସରକାର କହିଛନ୍ତି।
ସ୍ୱଦେଶୀ ୪ଜି ସାମଗ୍ରୀ ଲଞ୍ଚ ହେବାରୁ ଭାରତ ଏବେ ଡେନମାର୍କ, ସ୍ୱଡେନ, ଚାଇନା ଓ ଦକ୍ଷିଣ କୋରିଆର ସମକକ୍ଷ ହୋଇପାରିଛି। କାରଣ ଏହି ଦେଶଗୁଡ଼ିକ ମଧ୍ୟ ନିଜସ୍ୱ ଟେଲି ଇକ୍ୟୁପମେଣ୍ଟ ଉତ୍ପାଦନ କରିଥାଆନ୍ତି। ଏବେ ଭାରତ ମଧ୍ୟ ସ୍ୱଦେଶୀ ଜ୍ଞାନକୌଶଳରେ ନିଜସ୍ୱ ଟେଲି ଯନ୍ତ୍ରାଂଶ ନିର୍ମାଣ କରିବାକୁ ସକ୍ଷମ ହୋଇଛି। ଭାରତ ନିର୍ମିତ ନେଟୱର୍କ ସଂପୂର୍ଣ୍ଣ ଭାବେ କ୍ଲାଉଡ ବେସେଡ, ଫିଚ୍ୟୁର ରେଡୀ ଓ ଏହା ୫ ଜିକୁ ମଧ୍ୟ ଅପଗ୍ରେଡ ହୋଇପାରିବ।

ଏହି କାର୍ଯ୍ୟକ୍ରମ ଦ୍ୱାରା ଟେଲି ଯୋଗାଯୋଗରୁ ବାଦ ପଡ଼ିଥିବା ଓଡ଼ିଶାର ୨୪୭୨ ଗାଁ ସମେତ ଦେଶର ୨୬,୭୦୦ ଗାଁ, ସୀମାନ୍ତ ଅଞ୍ଚଳ ଓ ନକ୍ସଲ ପ୍ରଭାବିତ ଅଞ୍ଚଳ ଲାଭବାନ ହେବେ। ଏହା ୨୦ ଲକ୍ଷରୁ ଅଧିକ ନୂଆ ସବସ୍କ୍ରାଇବରଙ୍କୁ ସେବା ଯୋଗାଇବ ବୋଲି ସରକାର କହିଛନ୍ତି। ଏହି ଟାୱାର ଗୁଡ଼ିକ ସୌର ଶକ୍ତିରେ ପରିଚାଳିତ ହେବାକୁ ସକ୍ଷମ।
ଏହାବାଦ ପ୍ରଧାନମନ୍ତ୍ରୀ ମୋଦି ଡିଜିଟାଲ ଭାରତ ନିଧି ଅଧୀନରେ ଭାରତର ୧୦୦% ୪ଜି ନେଟୱର୍କ ଯୋଜନାକୁ ମଧ୍ୟ କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ମିଶନ ମୋଡ ପ୍ରକଳ୍ପରେ ୨୯ରୁ ୩୦ ହଜାର ଗାଁକୁ ସଂଯୋଗ କରାଯିବ।












Click it and Unblock the Notifications