ଏହି ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଏଣକି ରାଜ୍ୟର ମହିଳା ମାନେ.....

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର୍‍ ରାଜ୍ୟ ଜୀବିକାନିଧି ସାଖ୍‍ ସହକାରୀ ସଂଘ ଲିମିଟେଡ୍‍ର ଶୁଭାରମ୍ଭ କରିଛନ୍ତି । ଭର୍ଚୁଆଲ୍‍ ମାଧ୍ୟମରେ ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯୋଜନା ମାଧ୍ୟମରେ ରାଜ୍ୟର ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ସହଜରେ ଅର୍ôଥକ ସହାୟତା ପ୍ରଦାନ କରାଯାଇପାରିବ । ଏହାଦ୍ୱାରା ମହିଳା ଉଦ୍ୟୋଗୀଙ୍କର ବ୍ୟବସାୟ ବୃଦ୍ଧି ତ୍ୱରାନ୍ୱିତ ହେବ । ମହିଳାଙ୍କ ସଶକ୍ତିକରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ବିକାଶରେ ମହିଳା ଉଦ୍ୟୋଗୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମହିଳାଙ୍କ କ୍ଷେତ୍ରରେ ରହିଥିବା ଆହ୍ୱାନ ଗୁଡ଼ିକୁ ପ୍ରତିହତ କରିବା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

pm modi

ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଲକ୍ଷପତି ଦିଦି, ଡ୍ରୋନ୍‍ ଦିଦି ଏବଂ ବ୍ୟାଙ୍କ୍‍ ଶଖି ଭଳି ଯୋଜନା ମାଧ୍ୟମରେ ମହିଳାଙ୍କ ଆୟ ବୃଦ୍ଧି ପାଇଁ ପ୍ରତିବଦ୍ଧ । ବିହାରରେ ଗ୍ରାମୀଣ ମହିଳାଙ୍କ ମଧ୍ୟରେ ଉଦ୍ୟୋଗିତା ବିକାଶ ଏବଂ ଗୋଷ୍ଠୀ ନେତୃତ୍ୱାଧୀନ ଉଦ୍ୟୋଗ ଗୁଡ଼ିକର ଉନ୍ନତି ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପ୍ରତିଷ୍ଠାନର ପରିଚାଳନା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ପାଣ୍ଠି ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସଂସ୍ଥାର ବ୍ୟାଙ୍କ୍‍ ଖାତାକୁ ୧୦୫ କୋଟି ଟଙ୍କା ସ୍ଥାନାନ୍ତର କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+