Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀ ଲଞ୍ଚ କଲେ୧ ଲକ୍ଷ କୋଟି ଟଙ୍କାର RDI ଫଣ୍ଡ, ଭାରତକୁ ମିଳିବ.....

ଦେଶରେ ରିସର୍ଚ୍ଚ ଆଣ୍ଡ୍‌ ଡେଭଲପେଣ୍ଟ (ଗବେଷଣା ଓ ବିକାଶ) କରିବାକୁ ଚାହୁଥିବା ଘରୋଇ ସଂସ୍ଥାଙ୍କୁ ମିଳିବ ପ୍ରୋତ୍ସାହନ। ଏଥିପାଇଁ କେନ୍ଦ୍ର ସରକାର ଆଣିଛନ୍ତି ନୂଆ ଯୋଜନା। ଯାହାର ନାଁ ରହିଛି ଡେଭଲପେଣ୍ଟ ଏବଂ ଇନୋଭେସନ (RDI) ଫଣ୍ଡ୍‌। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଥମ ଇମର୍ଜିଂ ସାଇନ୍ସ ଟେକ୍ନୋଲୋଜି ଆଣ୍ଡ୍‌ ଇନୋଭେସନ କନକ୍ଲେଭ (ESTIC)ରେ ଏହି ଫଣ୍ଡ୍‌ର ଶୁଭାରମ୍ଭ କରିଛନ୍ତି। ଫଣ୍ଡ୍‌ରେ ସମୁଦାୟ ୧ ଲକ୍ଷ କୋଟି ଟଙ୍କା ରହିଛି।

ତେବେ ଆରଡିଆଇ ଫଣ୍ଡ୍‌ ସିଧାସଳଖ କୌଣସି ଉଦ୍ୟୋଗ କିମ୍ବା ଷ୍ଟାର୍ଟଅପ୍‌ରେ ନିବେଶ କରିବ ନାହିଁ। ଏହାର ପରିଚାଳନା ପାଇଁ ଦୁଇ ସ୍ତରୀୟ ଫଣ୍ଡିଂ ବ୍ୟବସ୍ଥା କରଯାଇଛି। ଯେପରି ପାରଦର୍ଶିତା ଏବଂ ବିଶେଷଜ୍ଞତା ବଜାୟ ରହିବ। ପ୍ରଥମ ଦୁଇ ସ୍ତରରେ, ଅନୁସନ୍ଧାନ ରାଷ୍ଟ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ (ANRF) ଅନୁଯାୟୀ ଏକ ସ୍ବତନ୍ତ୍ର ଉଦ୍ଦେଶ୍ୟ ଫଣ୍ଡ (SPF) ସ୍ଥାପନ କରାଯିବ।

ଏହି ଫଣ୍ଡ୍ ଏକ ଲକ୍ଷ କୋଟି ଟଙ୍କାର କର୍ପସର ସଂରକ୍ଷକ ହେବ। ଏହି ଏସପିଏଫ ଅନ୍ୟ ସ୍ତରର ଫଣ୍ଡ୍‌ ମ୍ୟାନେଜରଙ୍କୁ ଟଙ୍କା ଉପଲବ୍ଧ କରାଇବ। ଏହାର ଫଣ୍ଡ ମ୍ୟାନେଜର, ବୈକଳ୍ପିକ ନିବେଶ ଫଣ୍ଡ (AIF), ବିକାଶ ଫଣ୍ଡ୍ ସଂସ୍ଥାନ (DFI), ଅଣ ବ୍ୟାଙ୍କିଂ ଆର୍ଥିକ କମ୍ପାନି (NBFCs) ଏବଂ ଏଭଳି ଅନ୍ୟ ଆର୍ଥିକ ସଂସ୍ଥା ହୋଇପାରିବ।

pm modi

ନିବେଶ ପାଇଁ ସୁପାରିଶ କରିବା ଦାୟିତ୍ବ ଏହି ଫଣ୍ଡ ମ୍ୟାନେଜରଙ୍କ ପାଖରେ ରହିବ। ସେମାନେ ଏକ ନିବେଶ ସମିତି ଦ୍ବାରା ସୁପାରିଶ ଦେବେ। ଏହି ସମିତିରେ ଆର୍ଥିକ, ବାଣିଜ୍ୟିକ ଏବଂ ପ୍ରଯୁକ୍ତି କ୍ଷେତ୍ରର ଉଚ୍ଚ-ସ୍ତରୀୟ ବିଶେଷଜ୍ଞ ସାମିଲ ହେବେ। ସବୁଠୁ ଗୁରତ୍ବପୂର୍ଣ୍ଣ କଥା ହେଲା ଯେ, ଏହି ସମିତି ସ୍ବତନ୍ତ୍ର ଭାବେ କାମ କରିବ। ଅର୍ଥାତ ବିନା କୌଣସି ରାଜନୈତିକ ତଥା ସରକାରୀ ଚାପରେ।

ଆହୁରି ମଧ୍ୟ ସମିତି ଏହା ମଧ୍ୟ ସୁନିଶ୍ଚିତ କରିବ ଯେ, ଯେପରି ନିବେଶ କେବଳ ସର୍ବଶ୍ରେଷ୍ଠ ଏବଂ ସବୁଠୁ ପ୍ରଭାବୀ ରିସର୍ଚ୍ଚ ପ୍ରୋଜେକ୍ଟସରେ ହିଁ ହେବ। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ (DST)କୁ ଏହି ଆରଡିଆଇ ଫଣ୍ଡ୍‌ର ନୋଡାଲ ମନ୍ତ୍ରଣାଳୟ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+