୨୧ରୁ୨୩ ଯାଏ ଆମେରିକା ଯିବେ ମୋଦି, କ୍ୱାଡ ନେତାଙ୍କ ୪ର୍ଥ ସମ୍ମିଳନୀରେ ଯୋଗ ଦେବେ ପିଏମ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ରୁ ୨୩ ସେପ୍େଟମ୍ବର ମଧ୍ୟରେ ଆମେରିକା ଗସ୍ତ କରିବେ। ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ସେପ୍ଟମ୍ବର ୨୧ ରେ ଆମେରିକାର ଡେଲାୱେରର ୱିଲମିଙ୍ଗଟନରେ ଚତୁର୍ଥ କ୍ୱାଡ ଲିଡର ସମ୍ମିଳନୀରେ ଯୋଗଦେବେ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ସେପ୍ଟମ୍ବର ୨୨ ରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବାକୁ ଥିବାବେଳେ ସେପ୍ଟମ୍ବର ୨୩ ରେ ସେ ନ୍ୟୁୟର୍କର ମିଳିତ ଜାତିସଂଘର ସାଧାରଣ ସଭାରେ 'ଭବିଷ୍ୟତର ସମ୍ମିଳନୀ'କୁ ସମ୍ବୋଧିତ କରିବେ। ଏଥିରେ ଅନେକ ବିଶ୍ୱ ନେତା ଯୋଗଦେବେ।

ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶର ନେତାଙ୍କ ସହ ସାମୂହିକ ସ୍ୱାର୍ଥ ପାଇଁ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ନ୍ୟୁୟର୍କରେ ରହଣୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସେପ୍େଟମ୍ବର ୨୨ରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ମଧ୍ୟ ଭେଟିବେ। ସେ ଆମେରିକା ଭିତ୍ତିକ ବଡ଼ବଡ଼ କମ୍ପାନୀର ସିଇଓମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ଓ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କରେ ସେତୁ ଭଳି କାର୍ଯ୍ୟ କରୁଥିବା ଅଂଶୀଦାରମାନଙ୍କ ସହ ମଧ୍ୟ ମୋଦି କଥା ହେବେ ବୋଲି କୁହାଯାଇଛି।












Click it and Unblock the Notifications