ଆଜି ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନାଡ଼ାର କାନାନାସ୍କିସ୍ଠାରେ ଆଜି ରାତିରେ ଜି-୭ ସମ୍ମିଳନୀରେ ଯୋଗଦେବେ। ଏହାକୁ ମିଶାଇ ଶ୍ରୀ ମୋଦୀ କ୍ରମାଗତ ଭାବେ ଷଷ୍ଠଥର ଲାଗି ଜି-୭ ସମ୍ମିଳନୀରେ ଯୋଗ ଦେଉଛନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଦୁଇଦିନିଆ କାନାଡ଼ା ଗସ୍ତରେ ଯାଇ ଆଜି ସକାଳେ କାଲ୍ଗ୍ୟାରୀରେ ପହଞ୍ôଚଛନ୍ତି ।
ଜି-୭ ସମ୍ମିଳନୀ କାଳରେ ଶ୍ରୀ ମୋଦୀ ଅନେକଗୁଡ଼ିଏ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେଇ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସମସ୍ୟା ଉପରେ ଆଲୋଚନା କରିବେ। ବିଶ୍ୱ ଅର୍ଥନୈତିକ ତଥା ଭୂ-ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ଜର୍ମାନୀ, ଜାପାନ, ଇଟାଲୀ, କାନାଡ଼ା ଓ ୟୁରୋପୀୟ ସଂଘକୁ ନେଇ ଗଠିତ ଜି-ସେଭେନ୍ ମଞ୍ଚର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ ।

ଗତ କିଛି ବର୍ଷ ଧରି ଭାରତକୁ ଏହି ସମ୍ମିଳନୀରେ ଯୋଗଦେବା ଲାଗି ନିୟମିତ ଭାବେ ନିମନ୍ତ୍ରଣ କରାଯାଇ ଆସୁଛି । ବିଶ୍ୱର ୭ଟି ଦେଶକୁ ନେଇ ଗଠିତ ଜି-୭ରେ ଫ୍ରାନ୍ସ, ଆମେରିକା, ଇଂଲଣ୍ଡ, ଜର୍ମାନୀ, ଜାପାନ, ଇଟାଲୀ ଏବଂ କାନାଡ଼ା ଓ ୟୁରୋପୀୟ ମହାସଂଘ ସଦସ୍ୟ ଅଛନ୍ତି। ଚଳିତ ବର୍ଷ ଜି-୭ ସମ୍ମିଳନୀରେ ବିଶ୍ୱ ଏବଂ ବିଶ୍ୱର ବିଭିନ୍ନ ସମ୍ପ୍ରଦାୟର ସୁରକ୍ଷା, ଶକ୍ତି ସୁରକ୍ଷା ଏବଂ ଡିଜିଟାଲ ପରିବର୍ତ୍ତନ ଉଦ୍ଦେଶ୍ୟରେ ଦେଶଗୁଡ଼ିକ ମଧ୍ୟରେ ଭାଗିଦାରିତା ସମ୍ପର୍କରେ ଆଲୋଚନା କରାଯିବ। ଭାରତକୁ ପ୍ରତ୍ୟେକଥର ଜି-୭ ସମ୍ମିଳନୀରେ ଯୋଗଦେବା ଲାଗି ନିମନ୍ତ୍ରଣ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଆଜିର ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା, ଶକ୍ତି ଏବଂ ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ଉପରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।












Click it and Unblock the Notifications