ଆସନ୍ତା ମଙ୍ଗଳବାରଠୁୁ ସାଉଦୀ ଆରବକୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମଙ୍ଗଳବାରଠାରୁ ଦୁଇଦିନିଆ ସାଉଦୀଆରବ ଗସ୍ତରେ ଯିବେ । ସାଉଦୀଆରବର ରାଜକୁମାର ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଗସ୍ତରେ ଯାଉଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ୨୦୧୬ ଏବଂ ୨୦୧୯ ପରେ ପ୍ରଧାନମନ୍ତ୍ରୀଙ୍କର ଙ୍କର ଏହା ତୃତୀୟ ସାଉଦୀ ଆରବ ଗସ୍ତ ।

ସେପ୍ଟମ୍ବର ୨୦୨୩ରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରିନ୍ସ ସଲମାନ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ । ଏହି ଅବସରରେ ଭାରତ-ସାଉଦୀଆରବ ଦ୍ୱିପାକ୍ଷିକ ସହଯୋଗୀ ପରିଷଦର ପ୍ରଥମ ବୈଠକରେ "ସେ ସହ ଅଧ୍ୟକ୍ଷତା କରିଥିଲେ । ସାମାଜିକ, ସାଂସ୍କୃତିକ ଏବଂ ବାଣିଜ୍ୟିକ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ଘନିଷ୍ଠ ଏବଂ ବନ୍ଧୁତ୍ୱପୂର୍ଣ ସମ୍ପର୍କ ରହିଛି ।

PM Modi

ରାଜନୈତିକ, ପ୍ରତିରକ୍ଷା, ନିରାପତ୍ତା, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସଂସ୍କୃତି ଆଦି କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ଦୃଢ଼ ସହଭାଗିତା ରହିଛି ବୋଲି ମନ୍ତ୍ରଣାଳୟ କହିଛି । ସାଉଦୀଆରବ ସହିତ ଗତ ଦଶନ୍ଧି ମଧ୍ୟରେ ଭାରତର ସମ୍ପର୍କ ନିରନ୍ତର ଭାଗିଦାରୀ ଦ୍ୱାରା ବିକଶିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଏହି ଗସ୍ତ ସାଉଦି ଆରବ ସହିତ ଭାରତର ଦୃଢ଼ ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରିବ। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ବୈଶ୍ୟକ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର କାର୍ଯ୍ୟସୂଚୀ ରହଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+