ପ୍ରତିଷ୍ଠା ଦିନଠାରୁ ଆର୍.ଏସ୍.ଏସ୍. ଦେଶପ୍ରେମ ଏବଂ ସେବାକୁ ପ୍ରାଥମିକତା ପ୍ରଦାନ କରିଆସିଛି;ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ର ମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପ୍ରତିଷ୍ଠା ଦିନଠାରୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଆର୍. ଏସ୍. ଏସ୍. ଦେଶପ୍ରେମ ଏବଂ ସେବାକୁ ପ୍ରାଥମିକତା ପ୍ରଦାନ କରିଆସିଛି । ନୂଆଦିଲ୍ଲୀରେ ଆର୍.ଏସ୍.ଏସ୍.ର ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆର୍. ଏସ୍. ଏସ୍. ସ୍ଵେଚ୍ଛାସେବୀମାନେ ରାଷ୍ଟ୍ରର ସେବା ଏବଂ ସମାଜକୁ ସଶକ୍ତ କରିବା ଦିଗରେ ନିରନ୍ତର ପରିଶ୍ରମ କରୁଛନ୍ତି । ଦେଶସେବାରେ ସେମାନେ ନିଜକୁ ସମ୍ପୂର୍ଣ ସମର୍ପିତ କରିଛନ୍ତି । ସମାଜର ବିଭିନ୍ନ ବର୍ଗଙ୍କ ମଧ୍ୟରେ ଆତ୍ମସଚେତନତା ଏବଂ ଦେଶପ୍ରେମକୁ ଜାଗ୍ରତ କରାଇବାରେ ସଂଘ ଗୁରୁତ୍ଵପୂର୍ଣ ଭୂମିକା ନିର୍ବାହ କରିଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି ।

୧୯୬୩ ମସିହାରେ ଗଣତନ୍ତ୍ର ଦିବସ ପରେଡ୍ରେ ଆର୍.ଏସ୍.ଏସ୍. ସ୍ଵେଚ୍ଛାସେବକମାନେ ଅଂଶଗ୍ରହଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଦେଶପ୍ରତି ସଂଘର ଅବଦାନକୁ ସମ୍ମାନ ପ୍ରଦର୍ଶନସ୍ଵରୂପ ଏକ ସ୍ମାରକୀ ଡାକଟିକିଟ ଏବଂ ମୁଦ୍ରାକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ଶ୍ରୀ ମୋଦି କହିଛନ୍ତି, ଆସନ୍ତାକାଲି ବିଜୟା ଦଶମୀ ପାଳନ ସହ ସଂଘ ପ୍ରତିଷ୍ଠାର ୧୦୦ ବର୍ଷ ପୂରଣ କରୁଛି ।












Click it and Unblock the Notifications