ପାକ୍ ପ୍ରଧାନମନ୍ତ୍ରୀ ଓ ସେନାମୁଖ୍ୟଙ୍କୁ ମୋଦିଙ୍କ ଚେତବନୀ

ବିହାରରେ ନିଆ ଯାଇଥିବା ସଂକଳ୍ପ କେବେ ବ୍ୟର୍ଥ ଯାଏ ନାହିଁ । ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ସେନାମୁଖ୍ୟ ଅସୀମ ମୁନିରଙ୍କୁ କଡ଼ା ବର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ବିହାରର ଗୟାରେ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ପୁଣି ଥରେ ଅପରେସନ ସିନ୍ଦୂର ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ, ଭାରତ ଉପରେ ଆକ୍ରମଣ କରିବା ପରେ କୌଣସି ଆତଙ୍କବାଦୀ ଖସି ଯାଇପାରିବ ନାହିଁ ।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ ସିନ୍ଦୂର ବିଷୟରେ ଉଲ୍ଲେଖ କରି କହିଛନ୍ତି, "ଯେତେବେଳେ କୌଣସି ଶତ୍ରୁ ଭାରତକୁ ଚ୍ୟାଲେଞ୍ଜ କରିଛି, ବିହାର ଦେଶ ପାଇଁ ଢାଲ ହୋଇ ଠିଆ ହୋଇଛି। ବିହାର ମାଟିରେ ନିଆଯାଇଥିବା ସଂକଳ୍ପ କେବେ ବ୍ୟର୍ଥ ଯାଏ ନାହିଁ । ଯେତେବେଳେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଆମର ନିର୍ଦ୍ଦୋଷ ନାଗରିକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରାଯାଇଥିଲା, ମୁଁ ବିହାରର ଏହି ମାଟିରୁ କହିଥିଲି ଯେ ଆତଙ୍କବାଦୀମାନଙ୍କୁ ନିପାତ କରାଯିବ। ଆଜି ବିଶ୍ୱ ଦେଖୁଛି ଯେ ବିହାର ମାଟିରେ ନିଆଯାଇଥିବା ସଂକଳ୍ପ ପୂରଣ ହୋଇଛି।"

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ପାକିସ୍ତାନର ଗୋଟିଏ ବି କ୍ଷେପଣାସ୍ତ୍ର ଆମକୁ କ୍ଷତି ପହଞ୍ଚାଇ ପାରିବ ନାହିଁ । ଅପରେସନ୍ ସିନ୍ଦୂର ଭାରତର ପ୍ରତିରକ୍ଷା ନୀତିରେ ଏକ ନୂତନ ରେଖା ଟାଣିଛି । ଭାରତରେ ଆତଙ୍କବାଦୀମାନଙ୍କୁ ପଠାଇ ଆକ୍ରମଣ କରିବା ପରେ କେହି ଖସି ଯାଇପାରିବେ ନାହିଁ । ଆତଙ୍କବାଦୀମାନେ ପାତାଳରେ ଲୁଚି ରହିଲେ ବି ଭାରତ କ୍ଷେପଣାସ୍ତ୍ର ସେମାନଙ୍କୁ କବର ଦେବ' ।

NARENDRA MODI

ସେହିପରି ବିହାରକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । ୧୨ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ଏଥିସହ ବୁଧଗୟାରୁ ସବୁଜ ପତାକା ଦେଖାଇ ଭିଡିଓ କନଫରେନ୍ସିଂ ଜରିଆରେ ଦୁଇଟି ଟ୍ରେନର ଶୁଭାରମ୍ଭ କରିଛନ୍ତି ମୋଦି । ଗୟା-ଦିଲ୍ଲୀ ଅମ୍ରିତ ଭାରତ ଏକ୍ସପ୍ରେସ ଏବଂ ବୈଶାଳୀ ଏବଂ କୋଡେର୍ମା ମଧ୍ୟରେ ବୁଦ୍ଧିଷ୍ଟ ସର୍କିଟ ଟ୍ରେନର ଶୁଭାରମ୍ଭ । ଏହି ଦୁଇଟି ଟ୍ରେନରେ ଯାତ୍ରୀଙ୍କ ପାଇଁ ରହିଛି ଅନେକ ଅତ୍ୟାଧୁନିକ ସୁବିଧା ।

ଏହି ଅବସରରେ ଗୃହ ପ୍ରବେଶ ପାଇଁ ହିତାଧିକାରୀଙ୍କୁ ଘରର ଚାବି ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ । ଗରିବଙ୍କୁ ପକ୍କା ଘର ଦେବା ମୋର ସଂକଳ୍ପ । ଗତ ୧୧ ବର୍ଷରେ ଆମେ ୪ କୋଟିରୁ ଅଧିକ ବାସହୀନଙ୍କୁ ଘର ଦେଇଛୁ । ଆମେ ଖାଲି ଘର ଦେଇନୁ, ଘର ସହ ବିଜୁଳି, ପାଣି ଆଦି ସୁବିଧା ଦେଇଛୁ । ପ୍ରତ୍ୟେକ ଗରିବଙ୍କୁ ପକ୍କା ଘର ନମିଳିବା ପର୍ଯ୍ୟନ୍ତ ପିଏମ୍‌ ଆବାସ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+