Operation Sindoor: ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା
ପହଲଗାମ ଆକ୍ରମଣର ୧୫ ଦିନ ପରେ କଡ଼ା ପ୍ରତିଶୋଧ ନେଲା ଭାରତ । ପାକିସ୍ତାନ ଭିତରେ ପଶି ଆତଙ୍କୀଙ୍କ ଚିହ୍ନ ବର୍ଣ୍ଣ ଉଡ଼ାଇଦେଲା । ଯାହାକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା । ଯାହାର ନାଁ ଥିଲା 'ଅପରେସନ ସିନ୍ଦୂର' । ଏହି ଅପରେସନରେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମାସୁଦ ଅଜହରକୁ ବହୁତ କ୍ଷତି ସହିବାକୁ ପଡିଛି। ତାଙ୍କ ପରିବାରର ୧୪ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି। ଅପରେସନ ସିନ୍ଦୂର ସମୟରେ, ସେନା କେବଳ ଆତଙ୍କବାଦୀ ଆଡ୍ଡା ଗୁଡ଼ିକୁ ଟାର୍ଗେଟ କରିଥିଲା ।
ପାକିସ୍ତାନୀ ସେନାକୁ କୌଣସି ପ୍ରକାରେ ଟାର୍ଗେଟ କରାଯାଇ ନଥିଲା।ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସେନାର କାର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରାଯାଇଥିଲା। ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ ସିନ୍ଦୂରକୁ ନେଇ କହିଛନ୍ତି, "ଆମ ସମସ୍ତଙ୍କ ପାଇଁ ଏହା ଏକ ଗର୍ବର ଦିନ।"

ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀ ମାସୁଦ ଆଝାର ଗୁରୁତର କ୍ଷତି ପାଇଛି। ତାର ପରିବାରର ୧୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ମଧ୍ୟ ହୋଇଛନ୍ତି। ମାସୁଦର ଚାରି ଜଣ ସହଯୋଗୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଖବର ଅଛି। ପାକିସ୍ତାନ ଉପରେ ଭାରତ କରିଥିବା ଆକ୍ରମଣ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଘରି ବୁଲୁଛି।












Click it and Unblock the Notifications