ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ପୁରିଲା ୧୧ ବର୍ଷ, ଦେଶବାସ ବାସୀଙ୍କୁ ଆର୍ଥିକ କ୍ଷେତ୍ରରେ ଏହି ଯୋଜନା କରିଛି ସଶକ୍ତ
ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆଜି ୧୧ ବର୍ଷ ପୂରଣ ହୋଇଛି। ବିଶ୍ଵର ଏକ ପ୍ରମୁଖ ଅର୍ଥନୈତିକ ଅନ୍ତର୍ଭୁକ୍ତକରଣ ପଦକ୍ଷେପ ଭାବେ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲ୍କିଲ୍ଲାରୁ ୨୦୧୪ ମସିହା ଅଗଷ୍ଟ ୧୫ରେ ଘୋଷଣା କରିଥିଲେ । ୨୦୧୪ ଅଗଷ୍ଟ ୨୮ ତାରିଖରେ ଜନଧନ ଯୋଜନାର ଶୁଭାରମ୍ଭକରି ପ୍ରଧାନମନ୍ତ୍ରୀ କହିଥିଲେ, ଗରିବ ଶ୍ରେଣୀର ଲୋକଙ୍କୁ ଅର୍ଥନୈତିକ କାର୍ଯ୍ୟକଳାପରେ ଅନ୍ତର୍ଭୁକ୍ତ କରିବା କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ । ଜନଧନ ଆକାଉଣ୍ଟ ଜରିଆରେ ଲୋକଙ୍କୁ ରଣ ପ୍ରଦାନ ସହ ବୀମା ଏବଂ ପେନ୍ସନ୍ ଯୋଗାଇ ଦିଆଯାଉଛି ।

ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନଧନ ଯୋଜନା ଭାରତର ନାଗରିକମାନଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିପାରିଛି ବୋଲି କହିଛନ୍ତି। ଏହି ଯୋଜନା ଭାରତୀୟ ନାଗରିକଙ୍କ ଗରିମା ବୃଦ୍ଧି କରିବା ସହ ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବା ଦିଗରେ ସହାୟକ ହୋଇପାରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବାର୍ତ୍ତାରେ କହିଛନ୍ତି ପିଏମ୍ -ଜନଧନ ଯୋଜନାରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ବ୍ୟବହାର କରି ବିଭିନ୍ନ ଯୋଜନା ମାଧ୍ଯମରେ ଲୋକମାନଙ୍କ ପାଖକୁ ଅର୍ଥ ଦିଆଯାଇପାରୁଛି।ଗତ ୧୧ ବର୍ଷ ମଧ୍ୟରେ ୫୬ କୋଟିରୁ ଊର୍ଦ୍ଧ୍ବ ଜନଧନ ଆକାଉଣ୍ଟ ଖୋଲାଯାଇଛି ଏବଂ ୨ କୋଟି ୬୮ ଲକ୍ଷ ଟଙ୍କା ଜମା କରାଯାଇଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି।












Click it and Unblock the Notifications