Sudarshan Setu Bridge: ସୁଦର୍ଶନ ସେତୁର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ଦେଶର ସବୁଠୁ ଦୀର୍ଘ କେବୁଲ ବ୍ରିଜ ଉଦ୍‌ଘାଟିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫେବୃଆରୀ 25 ରେ ଗୁଜୁରାଟର ଦ୍ୱାରକାଠାରେ 'ସୁଦର୍ଶନ ସେତୁ'ର ଲୋକାର୍ପଣ କରିଛନ୍ତି । ଏହା ହେଉଛି ଦେଶର ସବୁଠାରୁ ଲମ୍ବା କେବୁଲ ବ୍ରିଜ୍ । ଦ୍ୱାରକାରୁ ଓଖାକୁ ସଂଯୋଗ କରୁଛି ସୁଦର୍ଶନ ସେତୁ । ସେତୁ ନିର୍ମାଣ ପାଇଁ ବ୍ୟୟ ହୋଇଛି ୯୮୦ କୋଟି । ଏହାର ଲମ୍ବ ପ୍ରାୟ 2.32 କିଲୋମିଟର ଅଟେ |

'ସୁଦର୍ଶନ ସେତୁ' ନିର୍ମାଣର ମୂଲ୍ୟ 980 କୋଟି ଟଙ୍କା ହୋଇଛି। ୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୋଦି । ୭ ବର୍ଷ ପରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ପୋଲଟି ପୁରାତନ ଓ ଆଧୁନିକ ଦ୍ୱାରକାକୁ ପରସ୍ପର ସହିତ ସଂଯୋଗ କରିବ ।

narendra modi

ସୁଦର୍ଶନ ସେତୁ: 'ସୁଦର୍ଶନ ସେତୁ' ବିଷୟରେ 5 ଟି ବିଶେଷତ୍ଵ ?
1. ସୁଦର୍ଶନ ସେତୁର ଡିଜାଇନ୍ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଅନନ୍ୟ । ଏହି ସେତୁର ଉଭୟ ପାର୍ଶ୍ୱରେ ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ସଜ୍ଜିତ ଏକ ପଦ ରାସ୍ତା ଅଛି ।

2. ଚାଲିବା ରାସ୍ତାର ଉପର ଭାଗରେ ସୌର ପ୍ୟାନେଲ ମଧ୍ୟ ସ୍ଥାପନ କରାଯାଇଛି, ଯେଉଁଠାରୁ ଗୋଟିଏ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହେବ ।

3. ସୁଦର୍ଶନ ସେତୁ ଦ୍ୱାରକା-ବିଟ୍-ଦ୍ୱାରକା ମାର୍ଗ ମଧ୍ୟରେ ଯାତ୍ରା କରୁଥିବା ଭକ୍ତମାନଙ୍କ ପାଇଁ ଅନେକ ସମୟ ସଞ୍ଚୟ କରିବେ । ସେତୁ ନିର୍ମାଣ ପୂର୍ବରୁ ତୀର୍ଥଯାତ୍ରୀମାନଙ୍କୁ ବିଟ୍ ଦ୍ୱାରକା ପହଞ୍ଚିବା ପାଇଁ ଡଙ୍ଗା ପରିବହନ ଉପରେ ନିର୍ଭର କରିବାକୁ ପଡୁଥିଲା ।

4. ସୁଦର୍ଶନ ସେତୁ ମଧ୍ୟ ଏହି କ୍ଷେତ୍ରରେ ସଂଯୋଗ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଏହି ସେତୁ ଦେବଭୂମି ଦ୍ୱାରକାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ।

5. ଏହି ଚାରି ଲେନ ବିଶିଷ୍ଟ ସେତୁର ଉଭୟ ପାର୍ଶ୍ୱରେ 2.50 ମିଟର ଚଉଡା ଫୁଟପାଥ ଅଛି । ଅକ୍ଟୋବର 2017 ରେ ପିଏମ ମୋଦୀ ସେତୁର ମୂଳଦୁଆ ପକାଇଥିଲେ । ଏହା ମୋଦୀଙ୍କ ସ୍ୱପ୍ନର ଅନ୍ୟତମ ପ୍ରକଳ୍ପ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+