ପ୍ରଧାନମନ୍ତ୍ରୀଙ୍କୁ ଗ୍ରାଣ୍ତ କ୍ରସ୍ ଅଫ୍ ଦି ଅର୍ଡର ଅନରରେ ସମ୍ମାନିତ କଲେ ଗ୍ରୀସ୍ ରାଷ୍ଟ୍ରପତି

PM Modi Greece Visit: ଗ୍ରୀସ୍ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 'ଗ୍ରାଣ୍ତ କ୍ରସ୍ ଅଫ୍ ଦି ଅର୍ଡର ଅନର'ରେ ସମ୍ମାନିତ କରିଛନ୍ତି । ଏଗା ଗ୍ରୀସର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର । ଅର୍ଡର ଅଫ୍ ଅନର ୧୯୭୫ରେ ସ୍ଥାପିତ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନ ପାଇଁ ଗ୍ରୀସକୁ ଧନ୍ୟବାଦ ଜଣାଇଛନ୍ତି । ଏକ୍ସ(ଟ୍ୱିଟର)ରେ ସେ ଲେଖିଛନ୍ତି, ମୁଁ ରାଷ୍ଟ୍ରପତି କ୍ୟାଟରିନା ଏନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଏହା ସହ ମୁଁ ଗ୍ରୀସ୍ ସରକାର ଏବଂ ଲୋକଙ୍କୁ ଧନ୍ୟବାଦ ଦେଉଛି । ଏହା ଗ୍ରୀସବାସୀଙ୍କ ଭାରତ ପ୍ରତି ସମ୍ମାନ ପ୍ରଦର୍ଶନ କରୁଛି ବୋଲି ମୋଦି କହିଛନ୍ତି ।

'ଗ୍ରାଣ୍ତ କ୍ରେସ୍ ଅଫ୍ ଦି ଅର୍ଡ ଅଫ୍ ଅନର' ଗ୍ରୀସର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପ୍ରଦାନ କରନ୍ତି ଏବଂ ଯେଉଁମାନେ ନିଜ ଉଲ୍ଲେଖନୀୟ ପଦବୀ ପାଇଁ ଗ୍ରୀସର ମର୍ଯ୍ୟାଦା ବୃଦ୍ଧି କରିବାରେ ନିଜ ଅବଦାନ ଦେଇଥାନ୍ତି । ତେବେ ଏହି ଧାରାରେ ଗ୍ରୀସ୍ ରାଷ୍ଟ୍ରପତି
ମୋଦୀଙ୍କୁ ଏହି ପୁରଷ୍କାର ପ୍ରଦାନ କରିଛନ୍ତି । ଯିଏକି ନିଦ ଦେଶକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ।

pm modi

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦୀର୍ଘ 40 ବର୍ଷର ବ୍ୟବଧାନ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଗ୍ରୀସ ଗସ୍ତରେ ଆସିଛନ୍ତି । ତଥାପି, ଆମର ସମ୍ପର୍କର ଗଭୀରତା ହ୍ରାସ ପାଇନାହିଁ । ଗ୍ରୀସ୍ ଏବଂ ଭାରତ ହେଉଛି ବିଶ୍ୱର 2 ପୁରାତନ ସଭ୍ୟତା, 2 ପୁରାତନ ଗଣତାନ୍ତ୍ରିକ ଚିନ୍ତାଧାରା ଏବଂ 2 ପୁରାତନ ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ମଧ୍ୟରେ ଏକ ପ୍ରାକୃତିକ ମେଳ । ଆମର ସମ୍ପର୍କର ମୂଳଦୁଆ ପ୍ରାଚୀନ ଏବଂ ଶକ୍ତିଶାଳୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+