କାନାଡାର ଗଭର୍ଣ୍ଣର ଜେନେରାଲ ମ୍ୟାରୀ ସିମନଙ୍କୁ ଓଡ଼ିଶାର ରୁପା ତାରକସୀ କଳାକୃତିରେ ତିଆରି ପର୍ସ ଉପହାର ଦେଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G7 ସମ୍ମିଳନୀରେ ଯୋଗଦେବା ଅବସରରେ କାନାଡାର ଗଭର୍ଣ୍ଣର ଜେନେରାଲ ମ୍ୟାରୀ ସିମନଙ୍କୁ ଓଡ଼ିଶାର ରୁପା ତାରକସୀ କଳାକୃତିରେ ତିଆରି ପର୍ସ ଉପହାର ଦେଇଛନ୍ତି ।

PM Modi gifts Odisha-made silver clutch purse

ବିଦେଶ ଗସ୍ତରେ ବିଶ୍ବନେତାଙ୍କୁ ମୋଦିଙ୍କ ଉପହାର । ଭାରତର ବିଭିନ୍ନ ପାରମ୍ପରିକ କଳାକୃତିକୁ ଉପହାର ଆକାରରେ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କଳାକୃତି ମଧ୍ୟରେ ରହିଛି ଓଡ଼ିଶାର କୋଣାର୍କ ଚକ୍ରର ପ୍ରତିକୃତି ଓ ରଘୁରାଜପୁର ପଟ୍ଟଚିତ୍ର, କଟକର ରୁପା ତାରକସୀ ପର୍ସ । ଜି-୭ ସମ୍ମିଳନୀରେ ଯୋଗ ଦେବା ଅବସରରେ ଜର୍ମାନ ଚାନସେଲର ଫ୍ରିଏଡ୍ରିଚ ମର୍ଜଙ୍କୁ କୋଣାର୍କ ଚକ୍ରର ପ୍ରତିକୃତି ଉପହାର ଦେଇଛନ୍ତି ।

କୋଣାର୍କ ଚକ୍ରର ପ୍ରତିକୃତିକୁ ବାଲିପଥରରେ ନିର୍ମାଣ କରାଯାଇଛି। କୋଣାର୍କ ସୂର୍ଯ୍ୟମନ୍ଦିରର ଚକ ଭଳି ପ୍ରତିକୃତିରେ ମଧ୍ୟ ୨୪ଟି ଅର ରହିଛି । ସେହିପରି କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିକଙ୍କୁ ପଟ୍ଟଚିତ୍ର ଉପହାର ଦେଇଛନ୍ତି ମୋଦି। ପଟ୍ଟଚିତ୍ର ଓଡ଼ିଶାର ପାରମ୍ପରିକ ସୁନ୍ଦର କଳାକୃତି । କାନାଡ଼ାର ଗଭର୍ଣ୍ଣର ଜେନେରାଲ ମାରି ସିମନଙ୍କୁ କଟକରୁପା ତାରକସୀ ପର୍ସ ଉପହାରରେ ଦେଇଛନ୍ତି । ସେହିପରି ପଟ୍ଟଚିତ୍ରରେ ଭାରତୀୟ ପୌରାଣିକ କଥାବସ୍ତକୁ ଚିତ୍ର ଆକାରରେ ଅଙ୍କନ କରାଯାଇଥାଏ । ମୁଖ୍ୟତଃ ଏଥିରେ ଭଗବାନ କୃଷ୍ଣ ଓ ଜଗନ୍ନାଥ ସଂସ୍କୃତିର ଝଲକ ଅଧିକ ଦେଖିବାକୁ ମିଳିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+