ପ୍ରଧାନମନ୍ତ୍ରୀ ମୋଦୀ କାଶୀ ବିଶ୍ଵନାଥ ମନ୍ଦିର କର୍ମଚାରୀଙ୍କୁ ଦେଲେ ଏହି ନିଆରା ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଶ୍ଵନାଥ ମନ୍ଦିର କର୍ମଚାରୀଙ୍କ ପାଇଁ ଦେଇଛନ୍ତି ନିଆରା ଉପହାର । ମନ୍ଦିର ପ୍ରକଳ୍ପରେ ଶତାଧିକ କର୍ମଚାରୀଙ୍କ ପାଇଁ ମୋଦୀ ପଠାଇଛନ୍ତି ଝୋଟରେ ନିର୍ମିତ ଜୋତା । ମୋଦୀ କାହିଁକି ଏମିତି ନିଆରା ଉପହାର ପ୍ରଦାନ କରିଛନ୍ତି, ସେନେଇ ଲୋକଙ୍କ ମନରେ ଜାଣିବା ପାଇଁ ଉତ୍ସୁକତା ପ୍ରକାଶ ପାଇଛି । ପ୍ରକୃତରେ ଏଭଳି ଉପହାର ପଛରେ ରହିଛି ଏକ ସୁନ୍ଦର କାରଣ ।

Modi

କାଶୀ ବିଶ୍ଵନଥ ମନ୍ଦିର ପ୍ରକଳ୍ପ ଉଦଘାଟନ କରିବା ସମୟରେ ବାରାଣସୀ ଗସ୍ତ ଅବସରରେ ମୋଦୀ ଜାଣିବାକୁ ପାଇଥିଲେ ଯେ, ମନ୍ଦିର ପରିସରରେ କାର୍ଯ୍ୟକର୍ତ୍ତା ମାନେ ଖାଲି ପାଦରେ କାମ କରିଥାନ୍ତି । କାରଣ, ମନ୍ଦିର ପରିସରେରେ ରବର, ଚମଡା ନିର୍ମିତ ଚପଲ ପରିଧାନ କରିବା ବାରଣ କରାଯାଇଛି । ଏଥିପାଇଁ ଏହି ଐତିହାସିକ ପିଠରେ ନିଯୋଜିତ ସୁରକ୍ଷା କର୍ମଚାରୀ, ସଫେଇ କର୍ମଚାରୀ ତଥା ଅନ୍ଯାନ୍ଯ ଅଧିକାରୀମାନେ ଖାଲି ପାଦରେ ଥଣ୍ଡା ପରିବେଶରେ ବିଚରଣ କରିଥାନ୍ତି । ଏହି ଖବର ମୋଦୀଙ୍କୁ ବ୍ୟଥିତ କରିଥିଲା । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଝୋଟରେ ନିର୍ମିତ ଜୋତା ଉପହାର ପ୍ରଦାନ କରିବାକୁ ମନସ୍ଥ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ମୋଦୀ ଶହେ ହଳ ଜୋତା ପଠାଇଛନ୍ତି । ଏହିଭଳି ଉପହାର ପାଇ କର୍ମଚାରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+