Get Updates
Get notified of breaking news, exclusive insights, and must-see stories!

ସନାତନ ଧର୍ମ ବିବୃତ୍ତି ଉପରେ କଡା ଜବାବ ରଖନ୍ତୁ, କିନ୍ତୁ ଭାରତ-ଇଣ୍ଡିଆ ନାଁକୁ ନେଇ ଚୁପ୍ ରୁହନ୍ତୁ: ପିଏମ୍ ମୋଦି

PM Modi on India or Bharat Issue: ଦେଶରେ ଜାରି ରହିଥିବା ଭାରତ-ଇଣ୍ଡିଆ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନିଜ ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକ ପରେ ମନ୍ତ୍ରୀଙ୍କୁ ବଡ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦି ଭାରତ-ଇଣ୍ଡିଆ ବିବାଦ ଉପରେ କିଛି ନ କହିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଏହାକୁ କିଛି ସର୍ତ୍ତ ଦେଇଛନ୍ତି ଯାହା ସେ ସନାତନ ଧର୍ମ ବିବାଦ ଉପରେ କହିପାରିବେ ।

PM Modi

ମୋଦି କହିଛନ୍ତି, ସନାତନ ଧର୍ମ ଉପରେ ଉଦୟନିଧି ଷ୍ଟାଲିନ ଦେଇଥିବା ବୟାନ ଉପରେ ସମସ୍ତେ ଜବାବ ଦିଅନ୍ତୁ । ଏହାସହ ଭାରତ ଓ ଇଣ୍ଡିଆ ନାଁକୁ ନେଇ ଉପୁଜିଥିବା ବିବାଦକୁ ନେଇ କୌଣସି ବୟାନବାଜି ନ କରିବାକୁ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ମାନଙ୍କୁ ମୋଦିଙ୍କ ଏଭଳି ପରାମର୍ଶ ଦର୍ଶାଉଛି ଯେ, ସନାତନ ଧର୍ମ ଉପରେ ଉଦୟନିଧି ଦେଇଥିବା ବୟାନକୁ ବିଜେପି ବଡ ମୁଦ୍ଦା କରିପାରେ ।

ଏହା ବ୍ୟତୀତ ମନ୍ତ୍ରୀମାନଙ୍କୁ ଏହା ମଧ୍ୟ କୁହାଯାଇଛି ଯେ ଜି-20 ବୈଠକ ବିଷୟରେ ପ୍ରାଧିକୃତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କୌଣସି ମନ୍ତ୍ରୀ କହିବା ଉଚିତ୍ ନୁହେଁ । ମିଳିଥିବା ସୂଚନାନୁସାରେ, ଆସନ୍ତା ସେପ୍ଟେମ୍ବର 9 ତାରିଖରେ ଏକ ରାତ୍ରୀ ଭୋଜନର ଆୟୋଜନ ହେବ । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମନ୍ତ୍ରୀ ମାନେ ଉପସ୍ଥିତ ରହିବେ । ସଂସଦ ହାଉସ କମ୍ପ୍ଲେକ୍ସରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ।

ସୂଚନାଥାଉ କି, ସନାତନ ଧର୍ମକୁ ଉଦୟନିଧି ଷ୍ଟାଲିନ ଡେଙ୍ଗୁ ସହ ତୁଳନା କରିଥିଲେ । ଯାହାକୁ ନେଇ ଏବେ ବିବାଦ ଉପୁଜିଛି । ତାମିଲନାଡୁର ମନ୍ତ୍ରୀ ଉଦୟନିଧି କହିଥିଲେ, ସନାତନ ଧର୍ମକୁ କେବଳ ବିରୋଧ କରିବା କଥା ନୁହେଁ ବରଂ ଏହାକୁ ସମାପ୍ତ କରିଦେବା ଉଚିତ୍ । ଏହା ସାମାଜିକ ନ୍ୟାୟ ଓ ସମାନତା ବିରୋଧରେ ରହିଛି । ଆମେ କରୋନା, ଡେଙ୍ଗୁ ଓ ମାଲେରିଆକୁ ବିରୋଧ ନୁହେଁ ବରଂ ଏହାକୁ ନିପାତ କରିବା ଉଚିତ୍ । ସେହିଭଳି ସନାତନ ଧର୍ମକୁ ମଧ୍ୟ ସମାପ୍ତ କରିବା ଉଚିତ୍ ।

ସନାତନ ଧର୍ମ ବୟାନକୁ ନେଇ ବିଜେପି ସମେତ ବିଭିନ୍ନ ଧର୍ମଗୁରୁ ମଧ୍ୟ ଉଦୟନିଧିଙ୍କୁ ଘେରିଛନ୍ତି । କେବଳ ଏତିକି ନୁହେଁ ଷ୍ଟାଲିନଙ୍କୁ ଟାର୍ଗେଟ କରିବା ସହ ଇଣ୍ଡିଆ ମେଣ୍ଟକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସନାତନ ଧର୍ମକୁ ନେଇ ଏଭଳି ବୟାନ ଦେବା ଉଚିତ୍ ନୁହେଁ ବୋଲି ଧର୍ମଗୁରୁ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+