Get Updates
Get notified of breaking news, exclusive insights, and must-see stories!

୨ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ:ତିନି ଦିନିଆ ଫ୍ରାନ୍ସ ଓ ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । କାଲି ଫ୍ରାନ୍ସ ଜାତୀୟ ଦିବସରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେବେ ମୋଦି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ପ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ଫୋକସରେ ରହିବ ଭାରତ-ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି । ନୌସେନା ପାଇଁ ୨୬ଟି ରାଫେଲ୍ ବିମାନ ଏବଂ ୩ଟି ସ୍କରପିନ୍ କ୍ଲାସ୍ ବୁଡ଼ାଜାହାଜ ପାଇଁ ପ୍ରାନ୍ସ ସହ ଚୁକ୍ତି କରିପାରେ ଭାରତ । ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ଦିଲ୍ଲୀ ବିମାନ ବନ୍ଦରରୁ ପ୍ୟାରିସ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି, ଯେଉଁଠାରେ ସେ ଜୁଲାଇ 14ରେ ହେବା ପାଇଁ ଥିବା ବାଷ୍ଟାଇଲ ଡେ'ପରେଡ୍ ଉତ୍ସବରେ ଯୋଗଦେବେ । ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କର ଷଷ୍ଠ ଫ୍ରାନ୍ସ ଗସ୍ତ ।

ଭାରତୀୟ ସେନାର ସମସ୍ତ ତିନୋଟି କଣ୍ଟିଜେଣ୍ଟ ମଧ୍ୟ ଜୁଲାଇ 14ରେ ଫ୍ରାନ୍ସର ଜାତୀୟ ଦିବସ ବାଷ୍ଟାଇଲ ଡେ ପ୍ୟାରେଡରେ ଅଂଶଗ୍ରହଣ କରିବେ। ଏହାର ପ୍ରତିନିଧିତ୍ୱ କରିବ ସ୍ଥଳ ସେନାର ପଞ୍ଜାବ ରେଜିମେଣ୍ଟ । ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ଭେଟିବା ଏହା ସହିତ ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରାନ୍ସରେ ପହଞ୍ଚିବା ପରେ ଅଭ୍ୟାସ ଜାରି ରଖିଛନ୍ତି ୨୬୯ ଜଣିଆ ଟ୍ପୁପ୍ । ତେବେ ଫ୍ଲାଇପୋଷ୍ଟରେ ଭାରତରୁ ତିନିଟି ରାଫେଲ୍ ଯୁଦ୍ଧା ବିମାନ ମଧ୍ୟ ସାମିଲ ହେବା ନେଇ ସୂଚନା ରହିଛି ।

pm modi

ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ଜୁଲାଇ 15 ରେ ପ୍ରଧାନମନ୍ତ୍ରୀ ମୋଦି ୟୁଏଇରେ ପହଞ୍ଚିବେ। ଏଠାରେ ସେ ୟୁଏଇର ରାଷ୍ଟ୍ରପତିଙ୍କୁ ଭେଟିବେ, ଯେଉଁଠାରେ ତାଙ୍କୁ ଏକ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ । ଏଠାରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ଏବଂ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ନେଇ ସୂଚନା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+