ଆସନ୍ତାକାଲି ତିନି ଦିନିଆ ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
PM Modi France And UAE Visit: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଫ୍ରାନ୍ସ ଏବଂ ପରେ ୟୁଏଇକୁ ସରକାରୀ ଗସ୍ତରେ ଯିବା ନେଇ ସୂଚନା ରହିଛି । ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଜୁଲାଇ 13 ଏବଂ 14ରେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମାକ୍ରୋଙ୍କ ସହ ସାକ୍ଷତ କରିବା କାର୍ଯ୍ୟକ୍ରମ ରହିଛି । ଏନେଇ ବୈଦେଶିକ ସଚିବ ବିନୟ ସୂଚନା ଦେଇଛନ୍ତି ।

ବୈଦେଶିକ ସଚିବଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିବେ । ସେ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତର ମୁଖ୍ୟ ଆନୁଷ୍ଠାନିକ ଅଂଶ ଜୁଲାଇ 14 ରୁ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସର ଜାତୀୟ ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।
ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ସମାପ୍ତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଜୁଲାଇ 15ରେ ଆବୁଧାବି ଗସ୍ତରେ ଯିବେ, ଯେଉଁଠାରେ ସେ ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିନଙ୍କ ସହ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ।












Click it and Unblock the Notifications