Get Updates
Get notified of breaking news, exclusive insights, and must-see stories!

୨ଟି ନୂଆ ଅମୃତ ଭାରତ ଟ୍ରେନ୍‍ ଚଳାଚଳର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ନାଗାଓଁ ଜିଲ୍ଲାର କାଳିଆବୋର୍‍ଠାରେ ୬ହଜାର ୯୫୦ କୋଟିରୁ ଅଧିକ ଟଙ୍କାର କାଜିରଙ୍ଗା ଏଲିଭେଟେଡ୍‍ କରିଡର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦୀ କହିଛନ୍ତି କାଜିରଙ୍ଗା ଏକ ଜାତୀୟ ଉଦ୍ୟାନ ନୁହଁ ବରଂ ଆସାମର ଆତ୍ମା ଭାବେ ପରିଚିତ । ୟୁନେସ୍କୋ କାଜିରଙ୍ଗାକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ମାନ୍ୟତା ପ୍ରଦାନ
କରିଛି । କିଛିବର୍ଷ ଧରି କାଜିରଙ୍ଗାରେ ପର୍ଯ୍ୟଟକଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଦେଶରେ ଚାରାରୋପଣ ମାଧ୍ୟମରେ ଜଙ୍ଗଲ କ୍ଷେତ୍ର ବୃଦ୍ଧି ପାଇଛି । ଏକ୍‍ ପେଡ୍‍ ମାଁ କେ ନାମ୍‍ ଅଭିଯାନ ଅଧୀନରେ ବର୍ତ୍ତମାନ ସୁଦ୍ଧା ୨୬୦ କୋଟିରୁ ଅଧିକ ଚାରାରୋପଣ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରକୃତି ଏବଂ ବିକାଶ ଏକତ୍ର ଗତିଶୀଳ ହୋଇପାରିବ ବୋଲି ଭାରତ ବିଶ୍ୱ ସମ୍ମୁଖରେ ପ୍ରତିପାଦନ କରିପାରିଛି ।

pm modi

ଜାତୀୟ ରାଜପଥ ପ୍ରକଳ୍ପର ଏହି ଏଲିଭେଟେଡ କରିଡର ପ୍ରକଳ୍ପ ଏକ ଅଂଶବିଶେଷ ହେବା ସହ ପରିବେଶ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଏହି ପ୍ରକଳ୍ପର ୩୫ କିଲୋମିଟର ଦୀର୍ଘ ରାସ୍ତା କାଜିରଙ୍ଗା ଜାତୀୟ ଉଦ୍ୟାନ ଦେଇ ଗତି କରିବ । ଆଞ୍ଚଳିକ ସଂଯୋଗୀକରଣକୁ ଉନ୍ନତି କରିବା ସହିତ ପାର୍କର ସମୃଦ୍ଧ ଜୈବ ବିବିଧତାର ସୁରକ୍ଷାକୁ ଏହା ସୁନିଶ୍ଚିତ କରିବ ବୋଲି କୁହାଯାଇଛି । ନାଗାଓଁ, କାର୍ବିଆଙ୍ଗଲଙ୍ଗ ଏବଂ ଗୋଲଘାଟ ଜିଲ୍ଲା ଦେଇ ଯାଉଥିବା ଏହି ପ୍ରକଳ୍ପ ଉପର ଆସାମ ବିଶେଷକରି ଦିବ୍ରୁଗଡ ଏବଂ ତିନସୁକିଆକୁ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ସାବ୍ୟସ୍ତ ହେବ ।

କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟପ୍ରାଣୀଙ୍କ ମୁକ୍ତ ଚଳାଚଳକୁ ଏହା ସୁନିଶ୍ଚିତ କରିବା ସହ ମଣିଷ ଏବଂ ବନ୍ୟାପ୍ରାଣୀ ସଂଘର୍ଷକୁ ହ୍ରାସ କରିବ ବୋଲି କୁହାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ୍‍ ଚଳାଚଳକୁ ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍‍ଦୁଇଟି କାମାକ୍ଷାରୋହତକ୍‍ ଏବଂ ଦିବ୍ରୁଗଡ-ଲକ୍ଷ୍ନୌ ଗୋମ୍‍ତିନଗରକୁ ସଂଯୋଗ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+