ବିଭିନ୍ନ ରାଜ୍ୟର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ବିଭିନ୍ନ ରାଜ୍ୟର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ହରିୟାଣାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମଧ୍ୟପ୍ରଦେଶର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତିଦିନ ବିକାଶର ନୂଆ ଉଚ୍ଚତାକୁ ଛୁଉଁଥିବା ଆମ ମଧ୍ୟପ୍ରଦେଶ ଅମୃତକାଳରେ ଦେଶର ସଂକଳ୍ପକୁ କାର୍ଯ୍ୟକାରୀ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି । ବିକାଶର ପଥରେ ରାଜ୍ୟ ଆହୁରି ଆଗକୁ ଯାଉ ବୋଲି ମୋର କାମନା ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
'ରାଜ୍ୟର ପ୍ରତିଷ୍ଠା ଦିବସରେ ମଧ୍ୟପ୍ରଦେଶର ମୋର ସମସ୍ତ ପରବାରଜନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ପ୍ରତିଦିନ ବିକାଶର ନୂଆ ଉଚ୍ଚତାକୁ ଛୁଉଁଥିବା ଆମ ମଧ୍ୟପ୍ରଦେଶ ଅମୃତକାଳରେ ଦେଶର ସଂକଳ୍ପ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି । ଏହି ରାଜ୍ୟ ପ୍ରଗତି ପଥରେ ଆଗକୁ ବଢ଼ିବା ଜାରି ରଖୁ ବୋଲି ମୋର ଇଚ୍ଛା ।'
मध्य प्रदेश के अपने सभी परिवारजनों को राज्य के स्थापना दिवस पर मेरी हार्दिक शुभकामनाएं। विकास की नित-नई ऊंचाइयों को छू रहा हमारा मध्य प्रदेश अमृतकाल में देश के संकल्पों को साकार करने में अहम योगदान दे रहा है। मेरी कामना है कि यह राज्य प्रगति के पथ पर यूं ही निरंतर अग्रसर रहे।
— Narendra Modi (@narendramodi) November 1, 2023
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ରାଜ୍ୟର ଲୋକଙ୍କ ଉତ୍ସାହ ଛତିଶଗଡ଼କୁ ଏକ ସ୍ୱତନ୍ତ୍ର ରାଜ୍ୟରେ ପରିଣତ କରିଛି । 'ରାଜ୍ୟର ସଂସ୍କୃତିକୁ ସମୃଦ୍ଧ କରିବାରେ ଆମ ଆଦିବାସୀ ସମ୍ପ୍ରଦାୟର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ରାଜ୍ୟର ଗୌରବମୟ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ । ପ୍ରାକୃତିକ ତଥା ସାଂସ୍କୃତିକ ଗୌରବରେ ପରିପୂର୍ଣ୍ଣ ଛତିଶଗଡ଼ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି' ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
'ରାଜ୍ୟର ପ୍ରତିଷ୍ଠା ଦିବରେ ଛତିଶଗଡ଼ର ସମସ୍ତ ଭାଇ ଭଉଣୀଙ୍କୁ ଅଶେଷ ଶୁଭେଚ୍ଛା । ଏଠାକାର ଲୋକଙ୍କ ଜୀବନ୍ତତା ଏହାକୁ ଏକ ସ୍ୱତନ୍ତ୍ର ରାଜ୍ୟରେ ପରିଣତ କରିଛି । ଏହି ରାଜ୍ୟର ସଂସ୍କୃତିକୁ ସମୃଦ୍ଧ କରିବାରେ ଆମ ଆଦିବାସୀ ସମ୍ପ୍ରଦାୟର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ରାଜ୍ୟର ଗୌରବମୟ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ । ପ୍ରାକୃତିକ ତଥା ସାଂସ୍କୃତିକ ଗୌରବରେ ପରିପୂର୍ଣ୍ଣ ଛତିଶଗଡ଼ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି' ।
छत्तीसगढ़ के अपने सभी भाइयों और बहनों को राज्य के स्थापना दिवस की ढेरों शुभकामनाएं। यहां के लोगों की जीवंतता इसे एक विशेष राज्य बनाती है। इस राज्य की संस्कृति को समृद्ध बनाने में हमारे आदिवासी समुदायों का बहुत ही अहम योगदान है। प्रदेश की गौरवशाली परंपरा और सांस्कृतिक विरासत हर…
— Narendra Modi (@narendramodi) November 1, 2023
ସେହିପରି ଆନ୍ଧ୍ରପ୍ରଦେଶ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
'ଆନ୍ଧ୍ରପ୍ରଦେଶ ପ୍ରତିଷ୍ଠା ଦିବସର ଏକ ବିଶେଷ ଅବସରରେ ଏହି ଗତିଶୀଳ ରାଜ୍ୟର ଲୋକଙ୍କୁ ହାର୍ଦ୍ଦିକ ଶୁଭକାମନା । ନିଜ ଅସାଧାରଣ ପ୍ରତିଭା, ଅତୁଟ ସଂକଳ୍ପ ଏବଂ ଦୃଢ଼ ମନୋଭାବ ସହ ଆନ୍ଧ୍ରପ୍ରଦେଶର ଲୋକ ଉତ୍କର୍ଷତାର ବିଭିନ୍ନ କ୍ଷେତ୍ରରେ ନିଜ ଛାପ ଛାଡ଼ିଛନ୍ତି । ସେମାନଙ୍କ ନିରନ୍ତର ବିକାଶ ଏବଂ ସଫଳତା ପାଇଁ ମୁଁ ପ୍ରାର୍ଥନା କରୁଛି ।'
ఆంధ్రప్రదేశ్ రాష్ట్ర అవతరణ దినోత్సవ శుభసందర్భంగా, ఈ చైతన్యవంతమైన రాష్ట్ర ప్రజలకు నా హృదయపూర్వక శుభాకాంక్షలు. వారి అసాధారణమైన ప్రతిభ, అచంచలమైన సంకల్పం మరియు దృఢమైన పట్టుదలతో, ఆంధ్రప్రదేశ్ ప్రజలు విభిన్న రంగాలలో తమదైన ముద్ర వేశారు. వారి నిరంతర శ్రేయస్సు మరియు విజయం కోసం నేను…
— Narendra Modi (@narendramodi) November 1, 2023
କନ୍ନଡ଼ ରାଜ୍ୟୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
'କନ୍ନଡ଼ ରାଜ୍ୟୋତ୍ସବ ଅବସରରେ ଆମେ କର୍ଣ୍ଣାଟକର ଭାବନାର ଉତ୍ସବ ପାଳନ କରୁଛୁ, ଯାହା କି ପ୍ରାଚୀନ ଉଦ୍ଭାବନ ଏବଂ ଆଧୁନିକ ଉଦ୍ୟୋଗର ଏକ ସ୍ଥଳ । ଏଠାକାର ଲୋକ ହୃଦୟବାନ ଏବଂ ଜ୍ଞାନୀ, ସେମାନେ ରାଜ୍ୟର ନିରନ୍ତର ଯାତ୍ରାକୁ ଗତି ଦେଇଥା'ନ୍ତି । କର୍ଣ୍ଣାଟକ ଏପରି ନିରନ୍ତର ପ୍ରଗତି କରୁ, ଉଦ୍ଭାବନ ସହ ପ୍ରେରଣାଦାୟୀ ହେଉ ।'
On this Kannada Rajyotsava, we celebrate the spirit of Karnataka - a cradle of ancient innovation and modern enterprise. Its people, a blend of warmth and wisdom, fuel the state's relentless march towards greatness. May Karnataka continue to thrive, innovate and inspire.
— Narendra Modi (@narendramodi) November 1, 2023
ସେହିପରି ହରିୟାଣାର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଓ ପ୍ରତିରକ୍ଷା ଭଳି ପ୍ରମୁଖ କ୍ଷେତ୍ରରେ ଦେଶ ପାଇଁ ହରିୟାଣା ସର୍ବଦା ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଛି । ଉଦ୍ଭାବନ କ୍ଷେତ୍ରରେ ହରିୟାଣା ଯୁବବର୍ଗଙ୍କ ପଦକ୍ଷେପକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
'ରାଜ୍ୟର ପ୍ରତିଷ୍ଠା ଦିବସରେ ହରିୟାଣାର ସମସ୍ତ ପରିବାରଜନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । କୃଷି ଏବଂ ପ୍ରତିରକ୍ଷା ଭଳି ପ୍ରମୁଖ କ୍ଷେତ୍ରରେ ଦେଶ ପାଇଁ ହରିୟାଣା ସର୍ବଦା ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଛି । ଏଠାକାର ଯୁବବର୍ଗ ଉଦ୍ଭାବନ ଦୁନିଆରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି । ବିକାଶର ପ୍ରତ୍ୟେକ ମାନଦଣ୍ଡରେ ଏହି ରାଜ୍ୟ ନୂଆ କୀତ୍ତିମାନ ସୃଷ୍ଟି ରଚୁ ବୋଲି ମୋର କାମନା ।'
हरियाणा के अपने सभी परिवारजनों को राज्य के स्थापना दिवस पर मेरी हार्दिक शुभकामनाएं। इस प्रदेश ने हमेशा ही कृषि और रक्षा जैसे बड़े क्षेत्रों में देश को महत्वपूर्ण योगदान दिया है। यहां के युवा इनोवेशन की दुनिया में भी अपना परचम लहरा रहे हैं। मेरी कामना है कि विकास के हर मानदंड पर…
— Narendra Modi (@narendramodi) November 1, 2023
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳ ପିରାଭିର ବିଶେଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
'କେରଳ ପିରାଭିର ବିଶେଷ ଅବସରରେ ଶୁଭେଚ୍ଛା । ନିଜ ପରିଶ୍ରମ ଏବଂ ସାଂସ୍କୃତିକ ଐତିହ୍ୟର ସମୃଦ୍ଧ ଛବି ପାଇଁ ଜଣା କେରଳର ଲୋକେ ସ୍ଥିରତା ଏବଂ ଦୃଢ଼ ସଂକଳ୍ପର ପ୍ରତୀକ । ସେମାନଙ୍କୁ ସବୁବେଳେ ସଫଳତା ମିଳୁ ଏବଂ ନିଜ ଉପଲବ୍ଧିରୁ ପ୍ରେରିତ ହୁଅନ୍ତୁ ।'
കേരളപ്പിറവിയുടെ സവിശേഷമായ അവസരത്തിൽ ആശംസകൾ. ഉത്സാഹത്തിനും സാംസ്കാരിക പൈതൃകത്തിന്റെ സമ്പന്നമായ അലങ്കാരത്തിനും പേരുകേട്ട കേരളത്തിലെ ജനങ്ങൾ ഉത്പതിഷ്ണുത്വത്തെയും നിശ്ചയദാർഢ്യത്തെയും പ്രതിനിധാനം ചെയ്യുന്നു. അവരെ എപ്പോഴും വിജയം തഴുകട്ടെ; അവർ നേട്ടങ്ങളാൽ പ്രചോദിതരാകുന്നതു തുടരട്ടെ.
— Narendra Modi (@narendramodi) November 1, 2023












Click it and Unblock the Notifications