ହିମାଚଳ ପ୍ରଦେଶର ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ
ହିମାଚଳ ପ୍ରଦେଶର ଲେପଚାରେ ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯବାନ ମାନେ ୟୁନିଫର୍ମରେ ଥିବା ବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ନିଜେ ସେନାର ୟୁନିଫର୍ମରେ ଅଛନ୍ତି । ପ୍ରତିବର୍ଷ ମୋଦି ବର୍ଡର ଏରିଆକୁ ଯାଇ ଯବାନଙ୍କ ସହ ଦୀପାବଳି ପାଳନ କରିଥାନ୍ତି ।
ଯବାନଙ୍କୁ ଉତ୍ସାହିତ ଏବଂ ପ୍ରେରଣା ଦେଇଛନ୍ତି ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ଏକ ଅଦ୍ଭୁତ ସାକ୍ଷାତ । ମୋଦୀ ଏକ୍ସ୍ ( ଟୁଇଟ) କରି କହିଛନ୍ତି ଯେ,ଆମର ସାହସୀ ଯୋଦ୍ଧାଙ୍କ ସହ ଦୀପାବଳି ମନାଇବାକୁ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଲି ।
ଏବର୍ଷ ମୋଦି ହିମାଚଳର ଲେପଚା ଯାଇଛନ୍ତି । ୟୁନିଫର୍ମରେ ଥାଇ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ମିଠା ଖୁଆଇଥିଲେ । ଗତବର୍ଷ ଦୀପାବଳିରେ ପ୍ରଧାନମନ୍ତ୍ରୀ କାରଗିଲ୍ ଯାଇ ଭାରତୀୟ ଯବାନଙ୍କ ସହ ସାମିଲ ହୋଇଥିଲେ ।
୨୦୧୪ରେ ଦୀପାବଳି ଅବସରରେ ମୋଦି ସିଆଚେନ୍ ଗ୍ଲାସିଅରରେ ସେନାଙ୍କ ଯାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ରେ ପଞ୍ଜାବର ଅମୃତସରରେ ସେନାଙ୍କ ସହ ଦୀପାବଳି ପାଳନ କରିଥିଲେ । ୨୦୧୬ ମସିହାରେ ହିମାଚଳର କିନ୍ନୌର ସୈନିକମାନଙ୍କ ସହ, ୨୦୧୭ରେ ଜାମ୍ମୁ କାଶ୍ମୀର, ୨୦୧୮ ମସିହାରେ ଉତ୍ତରାଖଣ୍ଡର କେଦାରନାଥରେ ଭାରତ-ଚୀନ୍ ସୀମା ନିକଟ ହାର୍ସିଲ ଗ୍ରାମରେ ସେନା ଏବଂ ଆଇଟିବିପି କର୍ମଚାରୀଙ୍କ ସହ ପାଳନ କରିଥିଲେ ।

ସେହିପରି ୨୦୧୯ ରେ ଜମ୍ମୁ ଡିଭିଜନର ରାଜୌରୀଙ୍କ ସେନା କର୍ମଚାରୀଙ୍କ ସହ ଦୀପାବଳି ପାଳନ କରିଥିଲେ । ୨୦୨୦ ମସିହାରେ ରାଜସ୍ଥାନର ଜୈସଲମେର, ୨୦୨୧ରେ ରାଜୌରୀ ଜିଲ୍ଲାର ନୋଶାହ୍ରା ସେକ୍ଟରରେ ଓ ୨୦୨୨ରେ ପ୍ରଧାନମନ୍ତ୍ରୀ କାରଗିଲରେ ଦୀପାବଳି ପାଳନ କରିଥିଲେ ।
ବର୍ଷା, କି ଖରା କି ଶୀତ ବା ପୂଜା-ପର୍ବରେ ବି ଘର କଥା ନଭାବି ସୁରକ୍ଷା ଦାୟିତ୍ୱରେ ରହନ୍ତି ଆମ ଯବାନ । ଏଥିପାଇଁ ପ୍ରତିବର୍ଷ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା କର୍ମଚାରୀଙ୍କ ସହ ଦୀପାବଳି ପାଳନ କରନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications