ସାରା ଦେଶରେ ଆଜି ପାଳିତ ହେଉଛି ଇଞ୍ଜିନିୟର୍ସ ଦିବସ, ପିଏମ୍ ମୋଦି ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

ସାରା ଦେଶରେ ଆଜି ଇଞ୍ଜିନିୟର୍ସ ଦିବସ ପାଳନ କରାଯାଉଛି । ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟାଙ୍କ ଜନ୍ମ ଦିବସ ଅବସରରେ ପ୍ରତିବର୍ଷ ସେପ୍ଟମ୍ବର ୧୫ ତାରିଖକୁ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଇଥାଏ । ସାର୍ ବିଶ୍ୱେଶ୍ୱରାୟା ତାଙ୍କର ନିଷ୍ଠା, କାର୍ଯ୍ୟଦକ୍ଷତା, ସାଧୁତା, କାର୍ଯ୍ୟକୁଶଳତା ଏବଂ ସମୟାନୁବର୍ତ୍ତିତା ପାଇଁ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିଲେ ।

୧୮୬୧ ମସିହା ସେପ୍ଟମ୍ବର ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ଶ୍ରୀ ବିଶ୍ୱେଶ୍ୱରାୟ ୧୯୬୨ ମସିହା ଏପ୍ରିଲ ୧୪ ତାରିଖରେ ୧୦୨ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ । ଦେଶରେ ବ୍ରିଟିଶ ଶାସନ ସମୟରେ ରାଜା ପଞ୍ଚମ ଜଜ୍ ତାଙ୍କର ବୁଦ୍ଧିମତା, କାର୍ଯ୍ୟକୁଶଳତା ଏବଂ ସମାଜ ପ୍ରତି ଅବଦାନ ପାଇଁ ନାଇଟ୍ କମାଣ୍ଡର ଉପାଧିରେ ଭୂଷିତ କରିଥିଲେ ।

Narendra modi

୧୯୫୫ ମସିହାରେ ଭାରତ ସରକାର ତାଙ୍କୁ ଭାରତରତ୍ନ ଉପାଧିରେ ଭୂଷିତ କରିଥିଲେ । ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ଇଞ୍ଜିନିୟରଙ୍କ ବଳିଷ୍ଠ ଭୂମିକାକୁ ପ୍ରଶଂସା କରିଛନ୍ତି ।

ସାର୍ ବିଶ୍ୱେଶ୍ୱରାୟଙ୍କ ସ୍ମୃତିପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଜୀବନାଦର୍ଶ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ଉଚିତ୍ ବୋଲି କହିଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ଦେଶବାସୀ ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସାମାଜିକ ଗଣମାଧ୍ୟମରେ ସାର୍ ବିଶ୍ୱେଶ୍ୱରାୟଙ୍କ ସ୍ମୃତିଚାରଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+