ଆମେରିକାରେ ଟ୍ରକ୍‌ ଚଢ଼ାଇ ଗୁଳିମାଡ଼ ଘଟଣା,ଦୁଃଖ ପ୍ରକାଶ କଲେ ପିଏମ ମୋଦି, ଆତଙ୍କବାଦୀଙ୍କୁ ଟାର୍ଗେଟ କରି କହିଲେ....

ଆମେରିକା ନ୍ୟୁ ଅର୍ଲିୟନ୍ସ ସହରରେ ହୋଇଥିବା ଆକ୍ରମଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାରେ ୧୫ ଜଣଙ୍କ ଜୀବନ ଚାଲିଯାଇଛି । ମୋଦି ଟୁଇଟରରେ କହିଛନ୍ତି, ମୁଁ ନ୍ୟୁ ଅର୍ଲିୟନ୍ସ ସହରରେ ହୋଇଥିବା ଆତଙ୍କବାଦୀଙ୍କ ଆକମ୍ରଣକୁ କଡ଼ା ନିନ୍ଦା କରୁଛି । ମୋର ସମବେଦନା ଏବଂ ପ୍ରାର୍ଥନା ପୀଡିତ ପରିବାର ସହିତ ରହିଛି । ଈଶ୍ବର ଏଭଳି ସମୟରୁ ବାହାରିବା ପାଇଁ ସମସ୍ତଙ୍କ ଶକ୍ତି ପ୍ରଦାନ କରନ୍ତୁ ।

Narendra modi

ନୂଆବର୍ଷରେ ଆମେରିକାର ନ୍ୟୁ ଅର୍ଲିୟନ୍ସ ସହରରେ ଉତ୍ସବ ମନାଉଥିବା ବେଳେ ଏକ ଟ୍ରକ ଲୋକଙ୍କ ଉପରେ ମାଡିଯାଇଥିଲା । ଘଟଣା ସ୍ଥଳରେ ୧୫ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ । ଏହି ଘଟଣା ନ୍ୟୁ ଅର୍ଲିୟନ୍ସ ସରର ପ୍ରସିଦ୍ଧ କେନାଲ ଏବଂ ବର୍ବନ ଷ୍ଟ୍ରିଟରେ ହୋଇଥିଲା । ଏଠାରେ ନୂଆବର୍ଷ ପାଳନ ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଦୁର୍ଘଟଣା ପରେ ଏହା ଆତଙ୍କବାଦୀ ଘଟଣା ବୋଲି ସ୍ଥାନୀୟ ଅଧିକାରୀ କହିଥିଲେ । ଏହାପରେ ସୁରକ୍ଷା ଅଧିକାରୀ ଆକ୍ରମଣକାରୀକୁ ଏନକାଉଣ୍ଟର କରିଥିଲେ ।

ବୁଧବାର ରାତି ପ୍ରାୟ ୩ଟା ୧୫ରେ ଫ୍ରେଞ୍ଚ କ୍ୱାର୍ଟରର୍‌ ବାର୍ବନ ଷ୍ଟ୍ରିଟ୍‌ରେ ଏହି ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରୁ ଏକ ବିସ୍ଫୋରକ ଡିଭାଇସ୍ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି। ପୁଲିସ ସହ ଗୁଳି ବିନିମୟରେ ଅଭିଯୁକ୍ତ ଟ୍ରକ୍‌ ଡ୍ରାଇଭର୍‌ର ମୃତ୍ୟୁ ହୋଇଥିବା ଏଫ୍‌ବିଆଇ କହିଛି। ମୃତ ଡ୍ରାଇଭର ଜଣକ ୪୨ ବର୍ଷୀୟ ଶାମସୁଦ୍ଦିନ ଜବ୍ବାର ବୋଲି ଜଣାପଡିଛି।

ଏଫ୍‌ବିଆଇ ଏକ ବୟାନରେ କହିଛି ଯେ ଆକ୍ରମଣକାରୀ ବ୍ୟବହାର କରୁଥିବା ଗାଡିରୁ ଇସଲାମିକ୍ ଷ୍ଟେଟ୍ ଗୋଷ୍ଠୀର ପତାକା ଜବତ କରାଯାଇଛି। ଜବ୍ବାର ବିଷୟରେ ଅଧିକ ସୂଚନା ସଂଗ୍ରହ କରିବାକୁ ଆମ ଦଳ ଟିମ୍‌ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଜଣକ ଏହି ଆତଙ୍କବାଦୀ ସଙ୍ଗଠନ ସହ ଯୋଡି ହେବାକୁ ଯୋଜନା କରୁଥିଲା ବୋଲି ଏଫ୍‌ବିଆଇ କହିଛି।

ସେପଟେ ଏହି ଆକ୍ରମଣକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିନ୍ଦା କରିଛନ୍ତି। ଏହି ଭୟଙ୍କର ଘଟଣା ବିଷୟରେ ମୋତେ ନିରନ୍ତର ଅବଗତ କରାଯାଉଛି। ଏହି ଘଟଣାରେ FBI ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏବଂ ଆତଙ୍କବାଦ ଆକ୍ରମଣ ଭାବରେ ଘଟଣାର ଅନୁସନ୍ଧାନ ଜାରି ରଖିଛି। ମୁଁ ଏହି ଆକ୍ରମଣରେ ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+