କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ମୋଦି, କହିଲେ ‘ରୋଟି-ବେଟି-ମାଟି’କୁ ସୁରକ୍ଷା ଦେବ ବିଜେପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଝାଡ଼ଖଣ୍ଡରେ ନିର୍ବାଚନୀ ସଭାକୁ ସମ୍ୱୋଧନ କରିଛନ୍ତି । ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପିଏମ୍ ମୋଦୀ ପ୍ରଚାର ମୈଦାନକୁ ଓହ୍ଲାଇ ଝାଡ଼ଖଣ୍ଡ ସରକାର ଉପରେ ଜୋରଦାର ହମଲା କରିଛନ୍ତି । ପ୍ରଥମ ରାଲିରେ ହିଁ ଜେଏମ୍‌ଏମ୍, କଂଗ୍ରେସ ଏବଂ ଆରଜେଡି ମେଣ୍ଟକୁ ଘେରିବା ସହ ଅନୁପ୍ରବେଶ ପ୍ରସଙ୍ଗକୁ ବଡ଼ କରି ଉଠାଇଛନ୍ତି । ପାର୍ବଣରେ ପଥର ମାଡ଼ ଘଟଣା ଉଲ୍ଲେଖ କରି, ବିପଦ କେତେ ବଡ଼ ବୁଝିଯିବା ଦରକାର ବୋଲି ପିଏମ୍ ମୋଦୀ କହିଛନ୍ତି । ବିଜେପି ପାଇଁ ମୋଦି ଜୋରଦାର ପ୍ରଚାର କରିଛନ୍ତି। ସେ କହିଛନ୍ତି, "ମା ଓ ଝିଅମାନେ ଏବେ ଆଘାତ ପାଇଛନ୍ତି ଓ ଲୋକମାନେ ସେମାନଙ୍କୁ ଉଚିତ ଶିକ୍ଷା ଦେବେ।" କଂଗ୍ରେସ ସୀତା ସୋରେନଙ୍କୁ ଅପମାନିତ ଓ ହଇରାଣ କରିଥିବା ମଧ୍ୟ ମୋଦି ଅଭିଯୋଗ କରିଛନ୍ତି।

ସୀତା ସୋରେନ ହେଉଛନ୍ତି କଂଗ୍ରେସ ସହଯୋଗୀ ଜେଏମଏମର ମୁଖ୍ୟ ତଥା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ। ସେ ଝାରଖଣ୍ଡରେ ବିଜେପି ଟିକେଟରେ ଏଥର ନିର୍ବାଚନ ଲଢ଼ୁଛନ୍ତି। ତେଣୁ ମୋଦି ତାଙ୍କ ପାଇଁ ଭୋଟ ମାଗି ଉଭୟ କଂଗ୍ରେସ ଓ ଜେଏମଏମକୁ ଟାର୍ଗେଟ କରିଛନ୍ତି। ନିକଟରେ କଂଗ୍ରେସ ନେତା ଇରଫାନ ଅନସାରୀ ବିଜେପି ପ୍ରାର୍ଥୀ ସୀତା ସୋରେନଙ୍କୁ ଟାର୍ଗେଟ କରିଥିଲେ।

PM Modi Election Campaign in Jharkhand

ମୋଦି କହିଛନ୍ତି, "ସେମାନେ ଆମ ସୀତା ସୋରେନଙ୍କ ସହ ଯାହା ସବୁ କରିଛନ୍ତି, ସେସବୁ ଆମେ ଦେଖିଛୁ। କଂଗ୍ରେସର ଜଣେ ନେତା ଭଉଣୀ ସୀତା ସୋରେନଙ୍କ ସମ୍ପର୍କରେ ଯେଉଁ ବୟାନ ଦେଇଛନ୍ତି, ତାହା ସମସ୍ତ ଆଦିବାସୀ, ମା' ଓ ଝିଅମାନଙ୍କ ପ୍ରତି ଅପମାନ। ସେହିପରି ମହାରାଷ୍ଟ୍ରରେ ମଧ୍ୟ ନିର୍ବାଚନ ଲଢ଼ୁଥିବା ଜଣେ ଭଉଣୀଙ୍କ ପ୍ରତି ସେମାନେ ଯେଉଁ ଭଳି ଅଭଦ୍ର ଭାଷା ପ୍ରୟୋଗ କରିଥିଲେ, ସେକଥା ମଧ୍ୟ ସମସ୍ତେ ଦେଖିଛନ୍ତି। ଏପରି ଭାଷା ପ୍ରୟୋଗ କରିବା ସେମାନଙ୍କ ଅଭ୍ୟାସ। ହେଲେ ଏଠାରେ ଥିବା ମୁଖ୍ୟମନ୍ତ୍ରୀ ଏପରି ବୟାନ ବିରୋଧରେ ପଦୁଟିଏ ମଧ୍ୟ କହିଲେ ନାହିଁ। ଏହା ହେଉଛି ଜେଏମଏମର ଅସଲ ଚେହେରା। କ୍ଷମତା ଲୋଭରେ ଜେଏମଏମ ଆଦିବାସୀ ମହିଳାଙ୍କ ଅପମାନ ମଧ୍ୟ ସ୍ୱୀକାର କରି ନେଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, 'ଏହି ତିନି ଦଳ ଅନୁପ୍ରବେଶକାରୀଙ୍କୁ ସମର୍ଥନ କରୁଛନ୍ତି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଭୋଟ ପାଇବା ପାଇଁ ସାରା ଝାଡ଼ଖଣ୍ଡରେ ଶରଣ ଦେଉଛନ୍ତି । ସ୍କୁଲରେ ସରସ୍ୱତୀ ବନ୍ଦନା ଉପରେ ରୋକ ଲଗାଯାଉଛି । ପାର୍ବଣରେ ପଥର ମାଡ଼ ହେଉଛି, ମାଆ ଦୁର୍ଗାଙ୍କ ଯାତ୍ରାକୁ ରୋକା ଲଗାଯାଉଛି, କର୍ଫ୍ୟୁ ଲାଗୁ କରାଯାଉଛି ।

ସ୍ଥିତି କେତେ ବିପଦଜ୍ଜନକ ରହିଛି ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ବିବାହ ନାଁରେ ଝିଅମାନଙ୍କ ସହ ଯେତେବେଳେ ଧୋକା ହୁଏ, ସେତେବେଳେ ସ୍ଥିତି ଅସମ୍ଭାଳ ହୋଇସାରିଛି ବୋଲି ଜଣାପଡ଼େ । ଯେତେବେଳେ ଅନୁପ୍ରବେଶ ମାମଲା କୋର୍ଟରେ ପହଞ୍ଚେ ଏବଂ ପ୍ରଶାସନ ଏହାକୁ ଖଣ୍ଡନ କରେ, ସେତେବେଳେ ସରକାରୀ ତନ୍ତ୍ର ଭ୍ରଷ୍ଟ ହୋଇସାରିଥିବା ସ୍ପଷ୍ଟ ହୁଏ ।' ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏମାନେ 'ରୋଟି-ବେଟି-ମାଟି' ଛଡ଼ାଇ ନେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+