PM Modi: ପିଏମ ମୋଦୀଙ୍କୁ ୬ ବର୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଦାବି, ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି
PM Modi Election Ban Hearing: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୬ ବର୍ଷ ପାଇଁ ନିର୍ବାଚନ ଲଢିବାରେ ରୋକ ଲଗାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି ଆଜି ଦିଲ୍ଲୀ ହାଇକୋର୍ଟରେ ହେବ । ଏହି ୟାଚିକାରେ ଉଲ୍ଲେଖ କରାଯାଇଛି ଯେ, ଲୋକସଭା ନିର୍ବାଚନ ସମୟରେ ଧାର୍ମିକସ୍ଥଳ ଦେବାଦାବୀ ତଥା ପୂଜାପାଠ ସ୍ଥାନ ନାମରେ ବିଜେପି ପାଇଁ ପ୍ରଧାନମନ୍ତ୍ରୀ ଭୋଟ୍ ମାଗିଥିବା ନେଇ ଅଭିଯୋଗ ହୋଇଛି । ଓକିଲ ଆନନ୍ଦ ଏସ ଜୋନ୍ଧଲେ ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ ରୁଜୁ କରିଥିଲେ ।

'ରିପ୍ରେଜେଣ୍ଟେସନ୍ ଅଫ୍ ପିପୁଲ୍ସ ଆକ୍ଟ' ଅଧୀନରେ ପ୍ରଧାନମନ୍ତ୍ରୀଙ୍କୁ ୬ ବର୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବାକୁ ଆନନ୍ଦ ଏସ ଜୋନ୍ଧଲେ କୋର୍ଟକୁ ଦାବି କରିଛନ୍ତି। ଏଥିସହ ଧାର୍ମିକ ଦେବତା ତଥା ପୂଜାପାଠ ନାମରେ ଭୋଟ୍ ମାଗିବା ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିର୍ଦ୍ଦେଶ ଦିଆଯିବା ଉଚିତ୍। ଏପ୍ରିଲ୍ 9 ରେ ଉତ୍ତରପ୍ରଦେଶର ପିଲିଭୀତରେ ଭାଷଣ ଦେବାବେଳେ ପ୍ରଧାନମନ୍ତ୍ରୀ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ।












Click it and Unblock the Notifications