ବିଜେପିକୁ ପ୍ରାଧନମନ୍ତ୍ରୀ ଦେଲେ ୨ ହଜାର ଟଙ୍କା ଚାନ୍ଦା
PM MODI: ଲୋକସଭା ନିର୍ବାଚନ 2024 ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇବା ପରେ ବିଜେପି ଦାନ ଅଭିଯାନ ଆରମ୍ଭ କରିଛି। ତେବେ ଆସନ୍ତା ନିର୍ବାଚନ ପୂର୍ବରୁ ଦଳକୁ ଆହୁରି ସଶକ୍ତ ଭାବେ ଗଢିବା ପାଇଁ ପ୍ରଧାନମନ୍ତ୍ରୀ 'ଡୋନେସନ୍ ଫର୍ ନେସନ୍ ବିଲ୍ଡିଂ' ନାମକ ଏହ ଅଭିଯାନ ଆରମ୍ଭ କରିଛନ୍ତି । ଆଜି ନିଜେ ପିଏମ୍ ମୋଦି ନମୋ ଆପ୍ ଜରିଆରେ ତାଙ୍କ ଦଳ (ବିଜେପି) କୁ 2000 ଟଙ୍କା ଦାନ କରିଛନ୍ତି। X ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି ।
ସେ ସୋସିଆଲ ମିଡିଆ ସାଇଟ୍ 'X' ରେ ଲେଖିଛନ୍ତି, ମୁଁ ପାର୍ଟିରେ ଯୋଗଦାନ କରି ଖୁସି ଅନୁଭବ କରୁଛି । ଏକ ବିକଶିତ ଭାରତ ଗଠନ ପାଇଁ ଆମର ପ୍ରୟାସକୁ ଆହୁରି ମଜବୁତ କରନ୍ତୁ । ତେବେ ପ୍ରାଧାନମନ୍ତ୍ରୀ ମୋଦି ଦେଶର ସାଧାରଣ ଲୋକଙ୍କୁ ଟଙ୍କା ଦାନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ମୁଁ ନମୋ ଆପ୍ ମାଧ୍ୟମରେ ଦାନ କରି ଏକ ସୁନ୍ଦର ଭାରତ ଗଠନର ଅଂଶ ହେବାକୁ ସମସ୍ତଙ୍କୁ ଅନୁରୋଧ କରୁଛି।
I am happy to contribute to @BJP4India and strengthen our efforts to build a Viksit Bharat.
I also urge everyone to be a part of #DonationForNationBuilding through the NaMoApp! https://t.co/hIoP3guBcL pic.twitter.com/Yz36LOutLU
— Narendra Modi (@narendramodi) March 3, 2024
ଏହାପୂର୍ବରୁ ମାର୍ଚ୍ଚ ୨ରେ ବିଜେପି ଜାତୀୟ ସଭାପତି ଜେ.ପି ନେଡ୍ଡା ମଧ୍ୟ ଦଳକୁ ଦାନ କରିଥିଲେ। ସେ ବିଜେପିକୁ 1 ହଜାର ଟଙ୍କା ଦାନ କରିଥିଲେ, ଯାହାର ସ୍କ୍ରିନସଟ ସେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏକ ପୋଷ୍ଟ ସେୟାର କରି ସେ ଲେଖିଥିଲେ, "ମୁଁ ଭାରତକୁ ଏକ ବିକଶିତ ଭାରତ ଭାବେ ଗଢିବା ପାଇଁ ମୋ ବ୍ୟକ୍ତିଗତ ସମର୍ଥନ ଦେବା ପାଇଁ ବିଜେପିକୁ ଦାନ କରିଛି। ଆସନ୍ତୁ ସମସ୍ତେ ଆଗକୁ ଆସିବା ଏବଂ ନାମୋ ଆପ୍ ଜରିଆରେ ନେସନ ବିଲଡିଂ ଜନ ଆନ୍ଦୋଳନ ପାଇଁ ଏହି ଦାନ କରିବା। ଏଥିରେ ଯୋଗ ଦିଅନ୍ତୁ। "

ଗତ ମାସରେ ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡ ଉପରେ ପ୍ରତିବନ୍ଧକ ଲଗାଇ ଏହାକୁ ଅସାମ୍ବିଧାନିକ ବୋଲି କହିଥିଲେ। ନିର୍ବାଚନ ବନ୍ଧ ଯୋଜନା 2018 ମସିହାରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ। ରାଜନୈତିକ ଦଳଗୁଡିକ ଗ୍ରହଣ କରିଥିବା ଅର୍ଥରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରୟାସର ଏକ ଅଂଶ ଭାବରେ ଏହା ଆରମ୍ଭ କରାଯାଇଥିଲା ।












Click it and Unblock the Notifications