ସମୁଦ୍ର ଭିତରେ ଶ୍ରୀକୃଷ୍ଣଙ୍କ ପୂଜା କଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତରେ ଅଛନ୍ତି। ସେଠାରେ ସେ ସମୁଦ୍ରରେ ବୁଡପକାଇଛନ୍ତି । ସମୁଦ୍ର ଭିତରେ ବୁଡି ରହିଥିବା ଦ୍ୱାରକା ନଗରୀ ପାଖକୁ ଯାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଏଠାରେ ସେ ଭଗବାନ କୃଷ୍ଣଙ୍କୁ ପ୍ରଣାମ କଲେ। ବୁଡ଼ ପକାଇବା ପୂର୍ବରୁ ମୋଦୀଙ୍କ ଅଣ୍ଟାରେ ମୟୂର ପୋଷା ମଧ୍ୟ ବନ୍ଧା ହୋଇଥିଲା। ଏହି ଅବସରରେ ସେ କହିଛନ୍ତି ଯେ,' ଏହି ଅଭିଜ୍ଞତା ମୋତେ ଭାରତର ଆଧ୍ୟାତ୍ମିକ ଏବଂ ଐତିହାସିକ ମୂଳଦୁଆ ସହିତ ଏକ ବିରଳ ଏବଂ ଗଭୀର ସଂଯୋଗ ପ୍ରଦାନ କରିଛି।'

ଏହି ଅନୁଭୂତି ବଖାଣିବାକୁ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଏକ୍ସ'ରେ ଏକ ପୋଷ୍ଟ କରି ଲେଖିଛନ୍ତି, 'ବୁଡ଼ିଯାଇଥିବା ଦ୍ୱାରକା ସହରରେ ପ୍ରାର୍ଥନା କରିବା ଅତ୍ୟନ୍ତ ଈଶ୍ୱରୀୟ ଅନୁଭୂତି ଥିଲା। ମୁଁ ଆଧ୍ୟାତ୍ମିକ ଗୌରବ ଏବଂ ଅନନ୍ତ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ସଂଯୁକ୍ତ ବୋଲି ଅନୁଭବ କଲି। ଭଗବାନ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳୁ ଦ୍ୱାରକା ସ୍ଥିତ ମନ୍ଦିରକୁ ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା କରିବା ପରେ ସେ ଓଖାକୁ ବେଟ୍ ଦ୍ୱାରକା ସହ ସଂଯୋଗ କରୁଥିବା ୨.୩୨ କିଲୋମିଟର ଲମ୍ବ ସୁଦର୍ଶନ ସେତୁର ଉଦ୍ଘାଟନ କରିଥିଲେ। ଏହା ଦେଶର ସବୁଠାରୁ ଲମ୍ବା କେବୁଲ ବ୍ରିଜ, ଯାହାକୁ ୯୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ପ୍ରସ୍ତୁତ କରାଯାଇଛି।












Click it and Unblock the Notifications